ଦୁର୍ଘଟଣା ଜନିତ ମୃତ୍ୟୁ ଶୁନ୍ୟ ସପ୍ତାହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁର୍ଘଟଣା ଜନିତ ମୃତ୍ୟୁ ଶୁନ୍ୟ ସପ୍ତାହରେ ପୋଲିସ ତରଫରୁ ସଚେତନାତା କାର୍ଯ୍ୟକ୍ରମ | ବାଇକ ରାଲି ସହିତ ରାସ୍ତାର ନିୟମ ମାନିବାକୁ ନିବେଦନ | ସୂଚନା ଅନୁଯାୟୀ ରାଜ୍ୟରେ ଥିବା ପୋଲିସ ପ୍ରଶାଶନ ପକ୍ଷରୁ ଏବେ ଜିରୋ ଫଟାଲିଟି ଉଇକ ପାଳନ କରାଯାଉଛି |

ଯେମିତି ଦୁର୍ଘଟଣା ଜନିତ କୌଣସି ଲୋକଙ୍କର ମୃତ୍ୟୁ ନଘଟୁ ସେଥିପାଇଁ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ରାସ୍ତାର ନିୟମ ମାନିବା ସହିତ, ହେଲମେଣ୍ଟ ପିନ୍ଧି ବାଇକ ଚଳେଇବା, ମଦ ନ ପିଇ ବାଇକ ଚଲେଇବା, ଚାରିଚକିଆ ଯାନ ଚଳାଉଥିଲାବେଳେ ସିଟ ବେଲ୍ଟ ପିନ୍ଧିବା ଆଦି ବିଷୟରେ ସଚେତନ କରୁଥିଲା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ ପକ୍ଷରୁ ଏହି ଜିରୋ ଫଟାଲିଟି ସପ୍ତାହ ପାଳନ କରାଯିବା ସହିତ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ବାଇକ କରାଯାଇଥିଲା |

ଏହି ବାଇକ ରାଲି ପୋଲିସ,ସାମ୍ବାଦିକ, ଓକିଲ, ଓ ସାଧାରଣ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇ ଥିବା ଦେଖିବାକୁ ମିଳିଥିଲା | ଥାନା ପରିସରରୁ ଏହି ରାଲି ବାହାରି ଜଳେଶ୍ୱର ସହର ପରିକ୍ରମା କରିଥିଲା | ଶେଷରେ ଜଳେଶ୍ୱର SDPO ଦିଲ୍ଲୀପ ସାହୁ , IIC ରଞ୍ଜନ ସେଠୀ ହେଲମେଣ୍ଟ ପିନ୍ଧି ବାଇକ ଚଳାଉଥିବା ବାଇକ ଚାଳକଙ୍କୁ ଚାରା ଗଛ ଓ ହେଲମେଣ୍ଟ ପିନ୍ଧି ନ ଥିବା ବାଇକ ଚାଳକଙ୍କୁ ହେଲମେଣ୍ଟ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.