ଦ୍ୱିତୀୟ ବିବାହ ପାଇଁ ନୃଶଂସ ପାଲଟିଲା ଦାଦା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବିବାହ ପାଇଁ ନୃଶଂସ ପାଲଟିଲା ଦାଦା । ବାହା ହେବା ନିଶା ଘାରିଛି ଦାଦାକୁ, ଆଉ ବାହା ହେବା ନିଶାରେ ନର ରାକ୍ଷସ ପାଲଟି ଯାଇଛି ଦାଦା । ଆଉ ବାହା ହେବା ନିଶାରେ ନିଜ ଝିଆରୀ କୁ ହାଣି ପକାଇଛି ଦାଦା। ତେବେ ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମାଧପୁର ମୌଜା ଅଞ୍ଚଳରେ । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଅନ୍ୟତ୍ର ଦ୍ୱିତୀୟ ବିବାହ କରିବେ ବୋଲି ଇଚ୍ଛା ରଖିଥିଲେ ଦିଲ୍ଲୀପ ମହାପାତ୍ର । ଅନ୍ୟପଟେ ଦିଲ୍ଲୀପର ପୁଅ ବିଶ୍ବରଂଜନ ମହାପାତ୍ର ନୂଆ ଘର ନିର୍ମାଣ ପାଇଁ ରଖିଥିବା ପଇସା ଖର୍ଚ୍ଚ କରୁଥିବାରୁ ବାପ । ବାପ ପୁଅ ମଧ୍ୟରେ ଅନେକ ଝଗଡ଼ା ହୁଏ । ଆଉ ସେହି ଝଗଡ଼ା ପାଇଁ ଏବେ ମା ଓ ଝିଅ ମେଡ଼ିକାଲରେ ଜୀବନ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି ।

ତେବେ ସୂଚନା ମୁତାବକ, ଆଜି ବାପା ଦିଲ୍ଲୀପ ଅନ୍ୟତ୍ର ଦ୍ୱତୀୟ ବିବାହକୁ କେନ୍ଦ୍ର କରି ଝଗଡା ଲାଗିବାରୁ ପୁଅ ବିଶ୍ୱରଞ୍ଜନଙ୍କୁ ଏକ ଠେଙ୍ଗାରେ ପିଟବା ସହ ଜୀବନରୁ ମାରିଦେବେ ବୋଲି, ନିକଟରେ ଥିବା ଆଦିତ୍ୟଙ୍କ ଘରେ ପଶିଯାଇଥିଲା ପୁଅ ବିଶ୍ୱରଞ୍ଜନ l ଦିଲ୍ଲୀପ ପୁଅକୁ ଖୋଜି ଖୋଜି ଆଦିତ୍ୟଙ୍କ ଘରକୁ ଯାଇଥିଲେ ସେଠି ପୁଅକୁ ପାଇ ନଥିଲେ । ଆଦିତ୍ୟଙ୍କ ଝିଅ ଲଷ୍ମୀପ୍ରିୟାକୁ ଦେଖି ରାଗର ବସ ବର୍ତ୍ତି ହୋଇ ପ୍ରଥମେ ଲାଷ୍ମୀପ୍ରିୟାଙ୍କ ମୁଣ୍ଡକୁ ବାରମ୍ବାର ଏକ ଧାରୁଆଅସ୍ତ୍ରରେ ଆକ୍ରମଣ କରିବା ସହ ଡାହାଣ ହାତକୁ ହାଣିଥିଲା ଯାହା ଫଳରେ ତାଙ୍କ ହାତରେ ଘୋର ଆଘାତ ଲାଗିଛି l ଏହା ପରେ ମା ମମତା ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରି ଲୋହୁ ଲୁହାଣ କରିଦେଇଛି l ପରେ ଗ୍ରାମବାସୀ ମା ଝିଅଙ୍କୁ ସଙ୍ଗେ ସଙ୍ଗେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ପ୍ରାଥମିକ ଚିକିତ୍ସା କରାଇଥିଲେ l

ସେଠି ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ମା ଝିଅ ଦୁହିଁଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇଦେଇଥିବା ଦେଖିବାକୁ ମିଳିଛି l ଏହା ପରେ ସୁକିନ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣ କରି ଦିଲ୍ଲୀପକୁ କାବୁ କରି ସୁକିନ୍ଦା ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ସୁକିନ୍ଦା ପୋଲିସ ପକ୍ଷରୁ ସୂଚନା ମିଳିଛି l ତେବେ ବିବାହ ହେବ ପାଇଁ ଏଭଳି କିଛି କାଣ୍ଡ ଭିଆଇ ଦେଇଛି ନୃଶଂସ ଦାଦା ଦିଲ୍ଲୀପ l

Leave A Reply

Your email address will not be published.