ଜବରଦଖଲ ଉଚ୍ଛେଦ,ଉତ୍ତେଜନାକୁ ନେଇ ଫୋର୍ସ ମୁତୟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାସୁଦେବପୁର ତହସିଲ ଅଧିନ ଆର୍ତ୍ତୁଂ ପଞ୍ଚାୟତର ବାରାପୁର ବଜାର , ଜ୍ୱାଇଁପଡା ସମେତ ଜଗନ୍ନାଥ ରଥଦାଣ୍ଡକୁ ସଂଯୋଗଥିବା ରାସ୍ତା ଉପରେ ଆଜି ଜରଦଖଲ ଉଚ୍ଛେଦ ପକ୍ରୀୟା ଆରମ୍ଭ ହୋଇଛି । ଏହି ଉଚ୍ଛେଦକୁ ନେଇ କେତେଜଣ ଦୋକାନୀ ମାନ୍ୟବର ଉଚ୍ଚ ଆଦାଲତଙ୍କ ଠାରେ ଦ୍ୱାରସ୍ଥ ହେବା ପରେ ରହିତାଦେଶ ହେବାକୁ ନେଇ ଅନ୍ୟକେଜଣଙ୍କ ଦୋକାନ ଘର ଉଚ୍ଛେଦ କରାଯିବାରେ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା ।

ଯାହାକୁ ନଜରକୁ ନେଇ ତହସିଲଦାର ସୈାଭାଗ୍ୟରଞ୍ଜନ ପଣ୍ଡାଙ୍କ ଆଦେଶକ୍ରମେ ପୋଲିସ ଫୋର୍ସର୍ ମୁତୟନ କରାଯାଇ ଉଚ୍ଛେଦ ପକ୍ରୀୟାକୁ ଆରମ୍ଭ କରାଯାଇଛି । ଆଜି ଦିନ ୧୧ଟା ଠାରୁ ଉଚ୍ଛେଦ ପକ୍ରୀୟା ଆରମ୍ଭ ହୋଇଥିବା ବେଳେ ବରିଷ୍ଠ ସହାୟକ ରବିନ୍ଦ୍ର କୁମାର ଦତ୍ତଙ୍କ ସମେତ ପାଖାପାଖି ଦଶଜଣ ରାଜସ୍ୱ ନିରୀକ୍ଷକ, ଅମିନ ଓ ସୁପରଭାଜରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜିର ଉଚ୍ଛେଦ ପକ୍ରୀୟାରୁ ୧୫ଜଣ ଦୋକାନୀ ରହିତାଦେଶ କରିଥିବା କାରଣରୁ ବାଦ ପଡିଥିବା ସହିତ ଜ୍ୱାଇଁପଡାରେ ଖୁବଶିଘ୍ର ଉଚ୍ଛେଦ କରାଯିବ ବୋଲି ତହସିଲଦାର ଜଣାଇଛନ୍ତି ।

ତେବେ ଆର୍ତ୍ତୁଂ ସରପଞ୍ଚ ସୁବାଷଚନ୍ଦ୍ର ସନ୍ଧିବିଗ୍ରହଙ୍କ ଉପସ୍ଥିତିରେ ନମ୍ବରବିହୀନ ଜେସିବିରେ ମାଜଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ ହେବାକୁ ନେଇ ଏହା ଏକ ରାଜନୈତିକ ଉଦେଶ୍ୟ ମୂଳକ ଭାବରେ ବୋଲି ଉଛେଦ ହୋଇଥିବା ଦୋକାନୀମାନେ କ୍ଷୋଭର ସହ ପ୍ରକାଶ କରିଥିଲେ । ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଖୁବଶିଘ୍ର ଥଇଥାନ ପାଇଁ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯିବ ବୋଲି ସରପଞ୍ଚ ଶ୍ରୀ ସନ୍ଧିବିଗ୍ରହ କହିଛନ୍ତି । ନମ୍ବର ବିହୀନ ଜେସିବି ପ୍ରସଙ୍ଗରେ ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା ଜଣାଇଛନ୍ତି ।

Leave A Reply

Your email address will not be published.