ବିକଳାଙ୍ଗ ଭତ୍ତା ପାଇଁ ବାରଦୁଆର ବୃଦ୍ଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିକଳାଙ୍ଗ ଭତ୍ତା ପାଇଁ ବାରଦୁଆର ବୃଦ୍ଧ| ମଧୁବାବୁ ପେନସନ ଯୋଜନାରେ ସାମିଲ ହେବା ପରେ ପାଲଟିଲେ ଦିବ୍ୟାଙ୍ଗ । ଦଇବ ଦାଉ ସାଜିଲା । ମାଡି ବସିଲା ପାରଲିସିସ ରୋଗ । ଘରେ ଯାହା କିଛି ସମ୍ବଳ ଥିଲା , ସବୁତକ ସରିଲା ସିନା ଭଲ  ହେଲାନି ରୋଗ ।

ଶେଷରେ ନିରୁପାୟ ହୋଇ ବିକଳାଙ୍ଗ ଭତ୍ତାରେ ସାମିଲ କରିବାକୁ ବାର ଦୁଆର ଶୁଣ୍ଣଢିପିଣ୍ଡା ହେବାକୁ ପଡୁଛି । ଧାରଧାର ଲୁହ ଆଖିରୁ ବୋହିଯାଉଥିଲା ବେଳେ ଶୁଣିବାକୁ କେହିନାହିଁ । ଆଶ୍ୱାସନା ଦେବାକୁ କେହିନାହିଁ । ଚାତକପକ୍ଷୀ ପରି ସରକାରୀ ସହୟତା ଏବେ କେବଳ ସାହା ଭରସା । ଏମିତି ଘଟଣା ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ବିଦେଇପୁର ପଞ୍ଚାୟତର ବୋଲି ଅଭିଯୋଗରୁ ଜାଣିବାକୁ ମିଳିଛି । ଏହି ପଞ୍ଚାୟତ ଗଦି ଗ୍ରାମର ଭୋଳା ମହାଳିକଙ୍କ ପୁଅ ଗୈାରାଙ୍ଗ ମହାଳିକ ।

ପାରାଲିସସ ରୋଗରେ ଆକ୍ରାନ୍ତ ହେବା ପରେ ଭତ୍ତା ଟଙ୍କା ପାଞ୍ଚଶହରୁ ସାତଶହକୁ ବୃଦ୍ଧି କରିବା ସହିତ ଟ୍ରାଇ ସାଇକେଲ ଯୋଗାଇ ଦେବା ପାଇଁ ଅନେକ ଥର ବ୍ଲକର ଏ ଅଫିସରୁ ସେ ଅଫିସ ଦୈାଡିଦୈାଡି ନୟାନ୍ତ ହୋଇଛନ୍ତି । ଆଜି ଏହି ପ୍ରସଙ୍ଗରେ ଆସି ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ସମାଜମଙ୍ଗଳ ଅଧିକାରିଣୀ ଆଭାରଞ୍ଜିତା ପୁହାଣ କୁହନ୍ତି, ଆସନ୍ତା ଜାନୁୟାରୀ ମାସରବ୍ୱର୍ଦ୍ଧିତ ଭତ୍ତା ଟଙ୍କା ଯୋଗାଇ ଦିଆଯିବ ।

Leave A Reply

Your email address will not be published.