ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡ଼. ଦାମୋଦର ରାଉତ ହଠାତ ଅସୁସ୍ଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡ଼. ଦାମୋଦର ରାଉତ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି | ଏକଦା ବିଜେଡି ଦଳର ତୁଣ୍ଡ କୁହାଯାଉଥିବା ଡ଼. ରାଉତଙ୍କୁ ତତକ୍ଷଣାତ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି| ଏନେଇ ପରିବାର ଲୋକେ ସୂଚନା ଦେଇଛନ୍ତି | ତେବେ ଚିକିତ୍ସିତ ହେଉଥିବା ଡାକ୍ତରଖାନା ସୂତ୍ର ଅନୁଯାୟୀ ଦାମ ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଏକ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି |

ଡାକ୍ତର ଦାମୋଦର ରାଉତ ୭ଥର ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁରରେ ଶ୍ରୀ ରାଉତ ଜନ୍ମଗ୍ରହଣ କରିଥିଲେ। ଭାରତ ସ୍ବାଧୀନ ହେବାର ୧୦ ବର୍ଷ ପରେ ଅର୍ଥାତ୍‌ ୧୯୫୭ ମସିହାରୁ ଡାକ୍ତର ଦାମୋଦର ରାଉତ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଏବଂ ୧୫ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ୨୦୧୯ ନିର୍ବାଚନ ପୂର୍ବରୁ ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜୟର ସମ୍ମୁଖୀନ ହୋଇଥିଲେ। ପରେ ସେ ବିଜେପି ମଧ୍ୟ ଛାଡ଼ି ଦେଇଥିଲେ।

Leave A Reply

Your email address will not be published.