ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରା ପୁର ଡିଗ୍ରୀ କଲେଜ ର ନୂଆ ଓ କାର୍ଯ୍ୟ କର୍ମ ଉଦଯାପିତ। ଓଡ଼ିଶା ସରକାର ଙ୍କ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବାସୁଦେବପୁର ପଞ୍ଚାୟତ ସମିତି ଅଧୀନ ରେ ଥିବା ଵାରା ପୁର ଡିଗ୍ରୀ କଲେଜ ରେ ରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟ କର୍ମ ଉଦ୍ ଜାପାନୀ ଉତ୍ସବ ଓ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି।
ମୁଖ୍ୟ ଅତିଥି ଭାବେ ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। । ମୁଖ୍ୟ ବକ୍ତା ଭାବେ କମଳା କାନ୍ତ ବିଶ୍ଵାଳ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ରମାକାନ୍ତ କର, ଗୋବର୍ଦ୍ଧନ ପତି, ବରଦା ପ୍ରସନ୍ନ କର ଯୋଗ ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷା ରଘୂପତି ଖିଲାର ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା ବେଳେ ପରିଚାଳନା କମିଟି ସଭାପତି ସ୍ନେହଲତା ସେନାପତି ସଭାପତିତ୍ବ କରିଥିଲେ।
ମଞ୍ଚ ସଂଯୋଜନା ଓ ଅତିଥି ପରିଚୟ ଅଧ୍ୟାପକ ସଞ୍ଜୟ ପାଣିଗ୍ରାହୀ କରିଥିଲେ।ଏହି ଅବସର ରେ ବିଭିନ୍ନ ପ୍ରତି ଯୋଗିତା ରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା। ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।