ଓଡିଆ ନ୍ୟୁଜ୍(ବ୍ୟୁରୋ): ପବିତ୍ର ଶିବରାତ୍ରି ଅବସରରେ ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ନିଷ୍ପତ୍ତି ହୋଇଛି। ମହାଶିବରାତ୍ରୀ ପାଇଁ ସର୍କିଟ ହାଉସ ପରିସରରେ ଚାଲିଥିବା ବୈଠକ ଶେଷ ହୋଇଛି। ରାତି ୧୦ଟାରେ ଉଠିବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦ୍ବୀପ । ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ ।
ଅପରାହ୍ଣ ୩ ଟା୩୦ ଠାରୁ ୫ ଟା ଯାଏ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ସନ୍ଧ୍ୟା ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ମନ୍ଦିର ଗର୍ଭଗୃହକୁ କେହି ଯାଇପାରିବେନି କିମ୍ବା ଭୋଗ ନେଇ ପାରିବେନି । ମନ୍ଦିର ହୁଣ୍ଡି ପର୍ଯ୍ୟନ୍ତ ଯାଇ ଦର୍ଶନ କରିପାରିବେ ଭକ୍ତ । ଗତବର୍ଷ ଭଳି କୋଭିଡ୍ କଟକଣା ସହ ଦର୍ଶନ ଅନୁମତି ମିଳିବ । ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ମନ୍ଦିର ଗର୍ଭଗୃହକୁ କେହି ଯାଇପାରିବେନି କିମ୍ବା ଭୋଗ ନେଇପାରିବେନି । ମନ୍ଦିର ହୁଣ୍ଡି ପର୍ଯ୍ୟନ୍ତ ଭକ୍ତ ମାନେ ଯାଇପାରିବେ। ଗତବର୍ଷ ଭଳି କୋଭିଡ କଟକଣା ସହ ଦର୍ଶନ ଅନୁମତି ମିଳିବ। ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସହଯୋଗରେ କୋଭିଡ କ୍ୟାମ୍ପ ରହିବ। ଅଧିକ ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ସହ ଆଲୋଚନା ହେଇଛି। ଟ୍ରାଫିକ ଓ ପାର୍କିଂକୁ ବ୍ୟବସ୍ଥିତ କରାଯିବ ।