ବାଜିଲା ପୋୖର ନିର୍ବାଚନ ବିଗୁଲ୍: ମାର୍ଚ୍ଚ ୨୪ରେ ଭୋଟ୍, ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପୋୖର ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆଜି ରାଜ୍ୟ ନିର୍ବାଚନ କମିଶନର ପୋୖର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ୨୪ରେ ପୋୖର ଭୋଟ୍। ୨୬ ତାରିଖରେ ଭୋଟ୍ ଗଣତି ହେବ। ଏଥିପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେଲା। ଏହା କେବଳ ପୋୖରଞ୍ଚଳରେ ଲାଗୁ ହେବ। ଫେବୃୟାରୀ 28ରେ ଵିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ୭ ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବେ। ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ।

ଏପ୍ରିଲ ୮ରେ ଡେପୁଟି ମେୟର ନିର୍ବାଚନ, ଏପ୍ରିଲ ୭ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ। ୧୦୬ ପୋୖର ପରିଷଦରେ ହେବ ନିର୍ବାଚନ। ୪୭  ମ୍ୟୁନିସପାଲିଟି ଓ ୫୯ ଏନଏସିରେ ହେବ ନିର୍ବାଚନ। ଏହା ସହ 3 ମହାନଗର ନିଗମ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁରରେ ପୋୖର ନିର୍ବାଚନ ହେବ। ଏଥର ପୋୖର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ସେଥିପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ମେସିନ ରହିବ। ଗୋଟିଏ ଇଭିଏମ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ଆଉ ଗୋଟିଏ ଇଭିଏମ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ରହିବ।

 ସମୁଦାୟ ୪୧ ଲକ୍ଷ ଭୋଟ୍ ର ମତଦାନ ସାବ୍ୟସ୍ତ କରିବେ। ୧୦୬ଟି ପୋୖର ପରିଷଦରେ ୧୭୩୧ଟି ୱାର୍ଡ ର ୩୦୩୦ଟି ବୁଥ ରହିଛି ଏବଂ ୨୭ ଲକ୍ଷରୁ ଅଧିକ ଭୋଟର ରହିଛନ୍ତି। ସେହିପରି 3ଟି ପୋୖର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥ ରେ ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ଅଛନ୍ତି। ଏଥରକ ପ୍ରାର୍ଥୀମାନେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ। ଗୋଟିଏ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ଓ ସମ୍ପତ୍ତି ତାଲିକା ଦେବେ। ଆଉ ଗୋଟିଏ ପରିବାର ସମ୍ପର୍କରେ ତଥ୍ୟ ଦେବେ।

ଚଳିତ ପୌର ଭୋଟ୍‌ରେ ପ୍ରଥମ ଥର ପାଇଁ ଲାଗୁ ହେବ NOTA ବ୍ୟବସ୍ଥା । ପୂର୍ବରୁ ଏହି ବ୍ୟବସ୍ଥା ନଥିଲା । ପୂର୍ବରୁ କେବଳ ବିଧାନସଭା ଓ ଲୋକସଭା ଭୋଟ ବେଳେ NOTA ବ୍ୟବସ୍ଥା ରହିଥିଲା । ରାଜ୍ୟ ନିର୍ବାଚନ କମିଶନର ସମ୍ବିଧାନର ଧାରା ୨୪୩ZA ଅନୁସାରେ କ୍ଷମତା ବଳରେ ପୌର ନିର୍ବାଚନରେ NOTA ବ୍ୟବସ୍ଥା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି ଲେଖା ରହିବ । ଆଗାମୀ ପୌର ନିର୍ବାଚନ ପ୍ରସଙ୍ଗରେ ଗତକାଲି ସର୍ବଦଳୀୟ ବୈଠକ ଆଲୋଚନା କରାଯାଇଥିଲା । ଏଥର ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ଦାଖଲ ବାଧ୍ୟତାମୂଳକ । ସତ୍ୟପାଠରେ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ମାମଲା ପ୍ରସଙ୍ଗରେ ପ୍ରାର୍ଥୀମାନେ ତଥ୍ୟ ଦେବେ । ସତ୍ୟପାଠ ତଥ୍ୟରେ ତ୍ରୁଟି ଥିଲେ କିମ୍ବା ଅସମ୍ପୂର୍ଣ୍ଣ ଥିଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.