ହସ୍ପିଟାଲରେ ଏନସିପି ନେତା ନବାବ ମଲିକ; ୨ ଦିନ ତଳେ ମନି ଲଣ୍ଡରିଂ ଏବଂ ଅଣ୍ଡରୱାର୍ଲ୍ଡ କନେକ୍ସନ ମାମଲାରେ ହୋଇଥିଲେ ଗିରଫ

0

ଡାକ୍ତରଖାନାରେ ଏନସିପି ନେତା ନବାବ ମଲିକ। ନବାବଙ୍କୁ ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଦୁଇ ଦିନ ତଳେ ମନି ଲଣ୍ଡରିଂ ଏବଂ ଅଣ୍ଡରୱାର୍ଲ୍ଡ କନେକ୍ସନ ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିଲେ।

ଏନସିପି ନେତାଙ୍କୁ ବୁଧବାର ଇଡି ଗିରଫ କରିଥିଲା। ସେ ଦାଉଦ ଇବ୍ରାହିମଙ୍କ ଘନିଷ୍ଠ ବନ୍ଧୁଙ୍କଠାରୁ ସମ୍ପତ୍ତି କିଣିଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ଅର୍ଥ ହେରଫେର ମାମଲାରେ ଇଡି ମଧ୍ୟ ଅନୁସନ୍ଧାନ କରୁଛି। ବୁଧବାର ଦିନ ସକାଳ ୭ ଟା ସମୟରେ ଇଡି ଟିମ୍ ତାଙ୍କ ଘରେ ଚଢ଼ାଉ କରିଥିଲା। ପ୍ରାୟ ୬ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ମଲିକଙ୍କ ଗିରଫ ପରେ  ଇଡି କିଛି ଚାଞଲ୍ୟକର କାହାଣୀକୁ ପ୍ରକାଶ କରିଥିଲା। ଇଡି କୋର୍ଟକୁ କହିଛନ୍ତି ଯେ ମନ୍ତ୍ରୀ ନବାବ ମଲିକ କିଛି କମ୍ପାନୀ ପାଇଁ ମୁନିରା ପ୍ଲମ୍ବର ଠାରୁ ୩୦୦ କୋଟି ଟଙ୍କା ମୂଲ୍ୟର ଏକ ପ୍ଲଟ ମାତ୍ର କିଛି ଲକ୍ଷ ଟଙ୍କାରେ ହଡ଼ପ କରିଛନ୍ତି। ଏହି କମ୍ପାନୀର ନାମ ହେଉଛି ସଲିଡସ୍ ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ। ଏବଂ କମ୍ପାନୀର ମାଲିକ ହେଉଛି ମଲିକ୍ ପରିବାର। ଇଡି ଅଭିଯୋଗ କରିଛି ଯେ ଦାଉଦ ଇବ୍ରାହିମଙ୍କ ଭଉଣୀ ହସିନା ପାରକର ଏବଂ ଡି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସହଯୋଗରେ ମଲିକ କମ୍ପାନୀ ଚଳାଇ ଆସୁଥିଲେ।

Leave A Reply

Your email address will not be published.