ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରି ମୃତ ଦେହ ଠାବ | ଓଡିଶା-ଝାଡଖଣ୍ଡ ସୀମା ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ୪ ଜଣଙ୍କ ମୃତଦେହ ଠାବ ହୋଇଛି | ଦୁଇଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଛି ଓ ଦୁଇ ଶିଶୁଙ୍କୁ ବାହାରେ ପକାଯାଇଛି। ଏହା ଏକ ଦୁର୍ଘଟଣା କି ସେମାନଙ୍କୁ ହତ୍ୟା କରାଯାଇଛି ଏବଂ ସେମାନଙ୍କ ମୃତଦେହକୁ ଟ୍ରାକରେ ଫୋପାଡ଼ି ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ମୃତଦେହ ଦେଖିବା ପରେ ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଛି। ଏହି ଚାରି ଜଣଙ୍କର ମୃତଦେହ କିଏ ତାହା ମଧ୍ୟ ଜଣାପଡ଼ି ନାହିଁ।
ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ଟ୍ରାକରେ ପଡ଼ିଥିବା ମୃତଦେହ ମଧ୍ୟରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁ ରହିଛନ୍ତି । ମୃତଦେହକୁ ଅନେକ ଖଣ୍ଡରେ ବିଭକ୍ତ କରାଯାଇଛି । ରେଲୱେ ଟ୍ରାକରେ ପଡ଼ିଥିବା ମୃତଦେହରେ ଜଣେ ୮ ମାସର ଶିଶୁ, ଜଣେ ଅଢେଇ ବର୍ଷର ଝିଅ ଶବ ମଧ୍ୟ ରହିଛି । ୧୫ ମିଟର ଦୂରରେ ଜଣେ ମହିଳାଙ୍କ ମୃତଶରୀର ମଧ୍ୟ ରହିଛି । ଯାହାର ହାତ ଓ ଗୋଡ଼ ବନ୍ଧା ଯାଇଥିଲା ଏବଂ ତାଙ୍କ ଶରୀରକୁ ଦୁଇ ଭାଗରେ କାଟି ଦିଆଯାଇଥିଲା । ଜଣେ ଯୁବକଙ୍କ ମୃତଦେହ ମଧ୍ୟ ପଡିରହଛି । ଯାହାର ମୁଣ୍ଡ ତାଙ୍କ ଶରୀରରୁ ଅଲଗା ହୋଇଯାଇଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଡିଏସପି ରାକେଶ ମିଞ୍ଜ ଓ ରେଳବାଇ ପୁଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଫରେନସିକ୍ ଟିମ୍ ଡକାଯାଇଥିବା କୁହାଯାଉଛି। ବର୍ତ୍ତମାନ ପୁଲିସ ମୃତଦେହ ଚିହ୍ନଟ କରିବାରେ ବ୍ୟସ୍ତ ଅଛି।