ସରକାରୀ ଆଶ୍ରମ ବିଦ୍ୟାଳୟ ଗୋପିନାଥପୁରର ବାର୍ଷିକ ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରକାରୀ ଆଶ୍ରମ ବିଦ୍ୟାଳୟ ଗୋପିନାଥପୁରର ବାର୍ଷିକ ଉତ୍ସବ | ଘସିପୁରା ବ୍ଲକ ଅନ୍ତର୍ଗତ ଖାଳିଆମେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଚମାରପଶି ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ଗୋପିନାଥପୁର ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।

ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମଣ୍ଡଳ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଘସିପୁରା ଅତିରିକ୍ତ ତହସିଲଦାର ଦିବ୍ୟଜ୍ୟୋତି ଦେବଦର୍ଶନୀ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ପୂର୍ବତନ ବିଇଓ ଶରତ ରାଉତ, ସମ୍ମାନିତ ଅତିଥି ଭାବରେ ଖାଳିଆମେଣ୍ଟା ସରପଞ୍ଚ ବୃନ୍ଦାବନ ଜେନା, ଏଡିଡବ୍ଲୁଓ ବିଜୟ ପୂର୍ତ୍ତି, ଖାଳିଆମେଣ୍ଟା ସିଆରସିସି ଜଗନ୍ନାଥ ଜେନା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରଞ୍ଜିତ ପାତ୍ର, ବରମାଳ ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଦିପ ପ୍ରଧାନ, ନରଦା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରତାପରୁଦ୍ର ଭୂୟାଁ,ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ ନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟ ଶିକ୍ଷୟିତ୍ରୀ ଉତ୍ତମା ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ସନ୍ଧ୍ୟାରାଣି ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ।

ବାର୍ଷିକ କ୍ରିଡ଼ାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରିତ ଅତିଥି ମାନେ ପୁରସ୍କୃତ କରିଥିଲେ । ଶିକ୍ଷକ ସଂଜୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷୟିତ୍ରୀ କଲ୍ୟାଣୀ ସିଂ, ଚାନ୍ଦମଣି ବାନ୍ଦିଆ, ରଜନୀରାଣୀ ହେମ୍ବ୍ରମ, ନିରୁପମା ସ୍ବାଇଁ, ମାଟ୍ରନ ଭଗବତୀ ବିଶ୍ଵାଳ, ଏଲସିସିଏ ବାସନ୍ତୀ ଟୁଡୁ, ସରସ୍ୱତୀ ହେମ୍ବ୍ରମ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରମୋହନ ଟୁଡୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.