ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଶାସନ ବିରୁଦ୍ଧରେ ଟ୍ରାକ୍ଟର ମହାସଙ୍ଘର ବିରାଟ ଟ୍ରାକ୍ଟର ରାଲି | ସାମିଲ ହେଲା ୨୦୦ରୁ ଅଧିକ ଟ୍ରାକ୍ଟର | କିଛିଦିନ ହବ ଯଶିପୁର ନିର୍ବାଚନ ମଣ୍ଡଳୀରେ ପ୍ରଶାସନର ଟ୍ରାକ୍ଟର ଏବଂ ମାଲିକଙ୍କ ବିରୁଦ୍ଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧର ପ୍ରତିବାଦ ସ୍ଵରୂପ ଆଜି ନିର୍ବାଚନ ମଣ୍ଡଳୀର ସମସ୍ତ ଟ୍ରାକ୍ଟର ମାଲିକ ନିଜ ନିଜ ଟ୍ରାକର ସହିତ ଏଇ ମହାରାଲିରେ ସାମିଲ ହଇଛନ୍ତି |
ବର୍ତ୍ତମାନ ଗାଁ ଗାଁ ରେ ଆବାସ ଘର ହେଉ କିମ୍ବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବାଲି ପଥର ଚାଲାଣ କରିବାରେ ଟ୍ରାକ୍ଟରକୁ ନିୟୋଜିତ କରାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ହେଉ କିମ୍ବା ପୋଲିସ ପ୍ରଶାସନ ବ୍ୟାପକ ଧରପୋକଡ଼ କରୁଥିବା ବେଳେ ମାଲିକ ମାନେ ବର୍ତ୍ତମାନ ତ୍ରାହି ତ୍ରାହି କଲେଣି ଆଉ ଏହାର ପ୍ରତିବାଦ ସ୍ଵରୂପ ୫ଦଫା ନେଇ ଆଜି ଜଶିପୁର ରାମତୀର୍ଥ ଠାରୁ ଏକ ବିଶ୍ୱାଳ ରାଲି ଜଶିପୁର ଥାନା ଦେଇ ତହସିଲ ଅଫିସକୁ ଆସିଥିଲା |
ତାଙ୍କର ଦାବି ଥିଲା କି ଗାଁ ମାନଙ୍କରେ ବାଲି ଏବଂ ପଥର ଖାଦାନ କୁ ପୁନ୍ନଲିଜ ଦିଆ,ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ମାଲ ପରିବହନ ବେଳେ ଟ୍ରାକ୍ଟର ମାଲିକଙ୍କୁ ଉଦେଶ୍ୟ ମୂଳକ ଭାବେ ଟ୍ରାକ୍ଟର ଜବତ କରି ମାଲିକ ମାନଙ୍କୁ ଅଯଥା ହଇରାଣ ନ କରିବା, ଟ୍ରାକ୍ଟର ମାଲିକ ଏବଂ ଡ୍ରାଇଭର ମାନଙ୍କ ଜୀବନ ବୀମା, ତା ସହିତ ବେଆଇନ ଭାବେ ଫାଇନ ଆଦାୟ ଏବଂ ମିଥା ପୋଲିସ କେଶନ କରିବା ଦାବିରେ ଆଜି ଏକ ବିଶ୍ୱାଳ ଟ୍ରାକ୍ଟର ରାଲି ଜଶିପୁର ନିର୍ବାଚନ ମଣ୍ଡଳୀର ଯଶିପୁରରେ ଦେଖିବାକୁ ମିଳିଛି ।