ଋଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ସଧାରଣ ଲୋକଙ୍କ ପକେଟକୁ ମାଡ଼ ହେବ, ଆସନ୍ତା ସପ୍ତାହରେ ୫୦ଟଙ୍କା ବଢିବ ଖାଇବା ତେଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୟୁକ୍ରେନ୍ ଋଷିଆ ଯୁଦ୍ଧ ପାଇଁ ଓଡିଶାରେ ତେଲ ଦର ଉପରେ ପଡ଼ିଲା ପ୍ରଭାବ।  ଲିଟର ପିଛା ୩୦ ଟଙ୍କା ବଢିଲା ପାମୋଲିନ୍ ତେଲ।
ସନଫ୍ଳାଓ୍ବାର ତେଲ ବି ଆକାଶ ଛୁଆଁ। ସପ୍ତାହକ ମଧ୍ୟରେ ସରିଯିବ ଗଛିତ ତେଲ ।ଆମଦାନୀ ନହେଲେ ସ୍ଥିତି ସଙ୍ଗୀନ ହେବ।ଓଡିଶାକୁ ଦୈନିକ ଦେଢ ହଜାରରୁ ୨ ହଜାର ଟନ ଆମଦାନୀ ହୁଏ।
ବାର୍ଷିକ ୬ ଲକ୍ଷ ଟନ୍ ଓଡିଶାକୁ ଆସେ । କିନ୍ତୁ ଯୁଦ୍ଧ ପାଇଁ ଆମଦାନୀରେ ଏବେ ବ୍ୟାଘାତ ସୃଷ୍ଟି ହୋଇଛି।
ଭାରତରେ ବାର୍ଷିକ ୧.୯୦ କୋଟି ଟନ ଆବଶ୍ୟକତା ରହିଛି।
ସେଥିରୁ ୧.୩୦ ଲକ୍ଷ ଟନ ହିସାବରେ ୭୦ ପ୍ରତିଶତ ଆମଦାନୀ ହୁଏ।
୫୦ ପ୍ରତିଶତ ପାମୋଲିନ୍, ୨୦ ପ୍ରତିଶତ ସନଫ୍ଲାଓ୍ବାର ଆସେ।
୨୩ ଲକ୍ଷ ଟନ ସନଫ୍ଳାଓ୍ବାର, ୨୪ ଲକ୍ଷ ଟନ୍ ପାମୋଲିନ୍ କେବଳ ୟୁକ୍ରେନରୁ ଆସେ। ଏବେ ଯୁଦ୍ଧ ପାଇଁ ସେଠାରୁ ଆମଦାନୀ ହୋଇ ପାରୁନାହିଁ।
ସରକାର ବ୍ୟବସ୍ଥା ନକଲେ ଆସନ୍ତା ସପ୍ତାହକ ମଧ୍ୟରେ  ଖାଇବା ତେଲ ୫୦ ଟଙ୍କା ବଢିପାରେ । ଏନେଇ ସୂଚନା ଦେଇଛନ୍ତି ଓଡିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।

ସେପଟେରୁଷିଆରୁ ଅଶୋଧିତ ତେଲ ଯୋଗାଣ ବ୍ୟାହତ ହେବା ଦ୍ବାରା ଅନ୍ତର୍ଜାତୀୟ ବଜାରରେ ଏହାର ପ୍ରଭାବ ପେଟ୍ରୋଲ ଏବଂ ଡିଜେଲ ଉପରେ ପଡ଼ିବ। ଭାରତରେ ବର୍ତ୍ତମାନ ସୁଦ୍ଧା ରେକର୍ଡ ୧୧୦ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦରରେ ସଂଶୋଧନ ହୋଇନାହିଁ। ସମ୍ଭବତଃ ୫ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ସରକାରଙ୍କ ନିର୍ଦ୍ଦେଶରେ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ, ଡିଜେଲ ଦର ବଢ଼ାଇ ନାହାନ୍ତି। କିନ୍ତୁ ଏହି ନିର୍ବାଚନ ଶେଷ ହେବା ମା‌ତ୍ରେ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରକୁ ଗ୍ରାହକଙ୍କ ଉପରେ ଲଦିପାରନ୍ତି।

ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୨ରୁ ୮୩ ଡଲାର ଭିତରେ ରହିଲେ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଯେଉଁ ଦରରେ ବିକ୍ରି ହେଉଛି ସେଥିପାଇଁ ତେଲ କମ୍ପାନିଗୁଡ଼ିକ ପାଇଁ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ। କିନ୍ତୁ ଅଶୋଧିତ ତେଲ ଦର ଏହାଠାରୁ ବହୁ ଅଧିକ ସ୍ତରକୁ ବଢ଼ିଯାଇଥିବାରୁ ପେଟ୍ରୋଲ, ଡିଜେଲ ଦର ବଢ଼ିବା ଆଶଙ୍କା ଦେଖାଦେଇଛି।

 

Leave A Reply

Your email address will not be published.