ଅପେକ୍ଷାର ଅନ୍ତ! ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର-୩ ର ରିଲିଜ୍ ତାରିଖ ନିଶ୍ଚିତ

0

ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର-୩ ର ରିଲିଜ୍ ତାରିଖ ନିଶ୍ଚିତ ହୋଇଛି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଏପ୍ରିଲ ୨୧ ୨୦୨୩ରେ ଅର୍ଥାତ୍ ଇଦରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସଲମାନ ଖାନ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଯେଉଁଥିରେ ସେ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିଛନ୍ତି।

ସୁପରଷ୍ଟାର ସଲମାନ ଖାନ ଶୁକ୍ରବାର ଦିନ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ର ପ୍ରଥମ ଟିଜର ରିଲିଜ କରିଛନ୍ତି। ଟିଜରରେ କ୍ୟାଟ୍ରିନା କୈଫଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି।  ଟିଜର ସେୟାର କରି ସଲମାନ ଖାନ ଲେଖିଛନ୍ତି, “ଆସନ୍ତୁ ସମସ୍ତେ ନିଜ ନିଜର ଯତ୍ନ ନେବା .. ୨୦୨୩ ରେ ଟାଇଗର-୩। ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

ସୂଚନା ଯେ, ଟାଇଗର-୩ ହେଉଛି ସଲମାନ ଏବଂ କ୍ୟାଟ୍ରିନାଙ୍କ ଆକ୍ସନ୍ ଚଳଚ୍ଚିତ୍ରର ସିରିଜର ତୃତୀୟ ଭାଗ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମନିଶ ଶର୍ମା। ଏହି ଚଳଚ୍ଚିତ୍ରରେ ସଲମାନ ଖାନ ଭାରତୀୟ ଗୁପ୍ତଚର ଅବିନାଶ ସିଂ ‘ଟାଇଗର’ ରାଠୋର ଭୂମିକାରେ ଅଭିନୟ କରିଛନ୍ତି, ଯିଏକି ପାକିସ୍ତାନୀ ଗୁପ୍ତଚର ଜୋୟା ହୁମାଇମି (କ୍ୟାଟ୍ରିନା) ଙ୍କ ପ୍ରେମରେ ପଡିଛନ୍ତି। ତୃତୀୟ ଚଳଚ୍ଚିତ୍ରର ସୁଟିଂ ନିକଟରେ ଦିଲ୍ଲୀ ଏବଂ ଏହାର ଆଖପାଖରେ ଶେଷ ହୋଇଛି। ଏହାପୂର୍ବରୁ ସଲମାନ ଏବଂ କ୍ୟାଟ୍ରିନା ତୁର୍କୀ, ରୁଷିଆ ଏବଂ ଅଷ୍ଟ୍ରିଆରେ ମଧ୍ୟ ଏହି ଫିଲ୍ମର ସୁଟିଂ କରିଥିଲେ। ଏଥିରେ ଇମ୍ରାନ୍ ହାଶ୍ମୀ ମଧ୍ୟ ଅଭିନୟ କରିଛନ୍ତି | ଲୋକପ୍ରିୟ ଫ୍ରାଞ୍ଚାଇଜ୍ ର ପ୍ରଥମ ଚଳଚ୍ଚିତ୍ର ‘ଏକ ଥା ଟାଇଗର’ ୨୦୧୨ ରେ ଆସିଥିଲା ​​ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ କବୀର ଖାନ। ଚଳଚ୍ଚିତ୍ରଟି ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା। ଦ୍ୱିତୀୟ ଚଳଚ୍ଚିତ୍ର ‘ଟାଇଗର ଜିନ୍ଦା ହେ’ ୨୦୧୭ରେ ମୁକ୍ତିଲାଭ କରିଥିଲା ​​ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ଅଲି ଅବ୍ବାସ ଜାଫର।

Leave A Reply

Your email address will not be published.