ସମାଧାନର ଫିଟୁନି ବାଟ: ୟୁକ୍ରେନର ସୁମି ସହରରେ ଋଷିଆର ଏୟାର ଷ୍ଟ୍ରାଇକ୍; ୩ ଶିଶୁଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ

0

ଆଜି ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୧୪ ତମ ଦିନ। ରୁଷିଆର ଆକ୍ରମଣ ପରେ ଲକ୍ଷ ଲକ୍ଷ ଲୋକ ୟୁକ୍ରେନ ଛାଡିଛନ୍ତି। ଏହା ପରେ ଅନେକ ପାଶ୍ଚାତ୍ୟ ଦେଶ ମଧ୍ୟ ଋଷିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ମୁଖ୍ୟ ରାଫେଲ ଗ୍ରାସୀ ସୂଚନା ଦେଇଛନ୍ତି ଯେ ଚେର୍ନୋବିଲ ଆଣବିକ ଶକ୍ତି କେନ୍ଦ୍ରରୁ ରିମୋଟ ଡାଟା ଟ୍ରାନ୍ସମିସନ ହଜିଯାଇଛି। ଚେର୍ନୋବାଇଲ ଆଣବିକ ଶକ୍ତି କେନ୍ଦ୍ର ଆଉ ମିଳିତ ଜାତିସଂଘର ଆଣବିକ ପ୍ରହରିକୁ ତଥ୍ୟ ପଠାଉ ନାହିଁ। ଏଥି ସହିତ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ୟୁକ୍ରେନର ଅନେକ ସହରରେ ଏୟାର ଷ୍ଟ୍ରାଇକ୍ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ, କୋକାକୋଲା କମ୍ପାନୀ ଋଷିଆରେ ଏହାର ଉତ୍ପାଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି | ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ୟୁକ୍ରେନକୁ ରୁଷିଆ ନିର୍ମିତ ଯୁଦ୍ଧ ବିମାନ ଯୋଗାଇବା ପାଇଁ ପୋଲାଣ୍ଡର ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି।

ଋଷିଆ ୟୁକ୍ରେନ ଉପରେ ଏୟାର ଷ୍ଟ୍ରାଇକ ଜାରି ରଖିଛି। ଋଷିଆର ଏୟାର ଷ୍ଟ୍ରାଇକରେ ୨୨ଜଣଙ୍କର ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି। କୁହାଯାଉଛି ଯେ ବିଳମ୍ବିତ ରାତିରେ ସୁମି ସହରରେ ଋଷିଆର ବିମାନ ଆକ୍ରମଣ କରାଯାଇଥିଲା। ନିହତମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ମଧ୍ୟ ଥିଲେ।

ଋଷିଆର ଆକ୍ରମଣ ମଧ୍ୟରେ ୟୁକ୍ରେନ ସାଂସଦ ସିଭତୋସ୍ଲାଭ ୟୁରାଶଙ୍କ ବିବୃତ୍ତି ଆସିଛି। ସେ କହିଛନ୍ତି ଯେ, ଆମର ସମୟ ନାହିଁ, ତେଣୁ ଆମେ ଋଷିଆର ଆକ୍ରମଣକାରୀଙ୍କ ସହିତ ଲଢେ଼ଇ କରୁଛ। ପାଶ୍ଚାତ୍ୟ ଦେଶ ଠାରୁ ଆମେ ଅନେକ ସାହାଯ୍ୟ ପାଇଛୁ ଏବଂ ଏଥିପାଇଁ ଆମେ କୃତଜ୍ଞ।

AFP ୟୁକ୍ରେନ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ଋଷିଆ ଏବଂ ୟୁକ୍ରେନ ଏହି ଦିନ ପାଇଁ ମାନବିକ କରିଡର ପାଇଁ ସହମତ ହୋଇଛନ୍ତି। ୟୁକ୍ରେନର ପୂର୍ବ ସେଭେରୋଡୋନେଟସ୍କରେ ରୁଷିଆ ସୈନ୍ୟଙ୍କ ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ବୋଲି AFP ନିଜ ରିପୋର୍ଟରେ ପୁଷ୍ଟି କରିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଉଦ୍ଧେଶ୍ୟରେ AFP ଏହି ସୂଚନା ଦେଇଛି।

Leave A Reply

Your email address will not be published.