୫ ରାଜ୍ୟର ଫଳାଫଳ ନେଇ ବିଜେଡିର ପ୍ରତିକ୍ରିୟା: ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିବନି,ନବୀନ ହେଉଛନ୍ତି ଅବିସମ୍ଭାବ୍ୟ ନେତା
ଓଡିଆ ନ୍ୟୁଜ୍(ବ୍ୟୁରୋ):ପାଞ୍ଚଟି ରାଜ୍ୟ ଫଳାଫଳକୁ ନେଇ ବିଜେଡିର ପ୍ରତିକ୍ରିୟା।ଚାରୋଟି ରାଜ୍ୟରେ ପୂର୍ବରୁ ବିଜେପି ସରକାର ଥିଲା । ପଞ୍ଜାବରେ କିନ୍ତୁ ଜନମତ ବଦଳିଛି । ଆପକୁ ବହୁମତ ମିଳିଛି । ମାତ୍ର ଜାତୀୟ ସ୍ତରର ରାଜନୈତିକ ଷ୍ଟ୍ରାଟେଜି ବା ଲହର ଆଞ୍ଚଳିକ ସ୍ତରରେ କୌଣସି କାମ ଦେଇନାହିଁ । ପଶ୍ଚିମବଙ୍ଗ ଓ ଓଡିଶା ଭଳି ଅନେକ ରାଜ୍ୟରେ ଆଞ୍ଚଳିକ ଦଳର ବେଶ ଦବଦବା ରହିଛି । ତେଣୁ 5 ରାଜ୍ୟର ଏହି ଫଳାଫଳ ରାଜ୍ୟ ରାଜନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଓଡ଼ିଶାରେ ନବୀନ ପଟ୍ଟନାୟକ ହେଉଛନ୍ତି ଅବିସମ୍ଭାବ୍ୟ ନେତା । ତେଣୁ ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିବନି । ଜନମତ ସବୁବେଳେ ବିଜେଡି ପ୍ରତି ରହିଛି । ଯାହା ପୌର ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ।
ପଞ୍ଚାୟତ ନିର୍ବାଚନରେ 90 ଭାଗ ଜିଲ୍ଲା ପରିଷଦ ସିଟରେ ବିଜେଡିକୁ ବିପୁଳ ଜନ ସମର୍ଥନ ମିଳିଛି । ତା’ଠୁ ଅଧିକ ସମର୍ଥନ ପରୋକ୍ଷ ନିର୍ବାଚନରେ ମିଳିବ । ଯଦିଓ ସମିତି ସଭ୍ୟ ନିର୍ବାଚନ ନିର୍ଦଳୀୟ ହୋଇଥାଏ, ତଥାପି 90 ପ୍ରତିଶତରୁ ଅଧିକ ବ୍ଲକ ଅଧ୍ୟକ୍ଷ ସିଟ ହାତେଇବ ବିଜେଡି।

ସେପଟେ ସିଏମସି ନିର୍ବାଚନ ପୂର୍ବରୁ କଟକ ରେ ଆଜି ବିଜେଡି ର ଏକ ବଡ ଧରଣର ପର୍ବ ଅନୁଷ୍ଠିତ ହୋଇଛି।କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଙ୍କ ଉପସ୍ଥିତିରେ ୨୭ ନମ୍ବର ୱାର୍ଡର ଶତାଧିକ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ବିଜେଡି ରେ ଯୋଗ ଦେଇଛନ୍ତି।ବିଜେପି ଓବିସି ସେଲ ର ରାଜ୍ୟ ସଂପାଦକ ଲିଙ୍ଗରାଜ ହାତୀ ଓ କଟକ ନଗର କଂଗ୍ରେସ ପୂର୍ବତନ ଉପସଭାପତି ବିଭୂତି ଜେନା ଙ୍କ ନେତୃତ୍ଵରେ କର୍ମୀମାନେ ବିଜେଡି ରେ ଯୋଗ ଦେଇଛନ୍ତି।ଦଳରେ ସେମାନଙ୍କୁ ଉତ୍ତରିଅ ଓ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଛି।ଏହା ଦ୍ବାରା ବିଜେଡି କଟକରେ ସୁଦୃଢ଼ ହେବ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।