ଅନେକ ଲୋକଙ୍କର ଦୁଇଟି ଜାଗାର ଭୋଟ ଲିଷ୍ଟରେ ରହିଛି ନାଁ : ନକଲି ଭୋଟରଙ୍କୁ ତାଲିକାରୁ ବାଦ ଦେବାକୁ ଦାବି କଲା ବିଜେପି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପୌରନିର୍ବାଚନ ପକ୍ରିୟା ଆରମ୍ଭ ହୋଇସାରିଲାଣି । ଭୋଟର ଲିଷ୍ଟ ପ୍ରସ୍ତୁତ କରିବା ଦାୟୀତ୍ୱ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କ, କିନ୍ତୁ ଭୋଟର ତାଲିକା ତୃଟି ଶୂନ୍ୟ ହୋଇପାରିଲା ନାହିଁ । ଜଣେ ବ୍ୟକ୍ତି ଦୁଇଟି ସ୍ଥାନରେ ଭୋଟ ଦେଇ ପାରିବେ ନାହିଁ ଏବଂ ଏହା ଏକ ଦଣ୍ଡନୀୟ ଅପରାଧ । ତୃଟିପୂର୍ଣ୍ଣ ଭୋଟର ତାଲିକା କାରଣରୁ ଗତ ପଚାଂୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀମାନେ ପୁଣି ଆସନ୍ତା ପୌର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରିବା ସତ୍ୱେ ପ୍ରାର୍ଥୀପତ୍ର ନାକଚ କରୁନାହାନ୍ତି ନିର୍ବାଚନ ଅଧିକାରୀ । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୈାରାଂଚଳରେ ଏଭଳି ଚଂଚକତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟ ନିର୍ବାଚନ କମିଶନ ବିଜେଡିର ହାତବାରିସୀ ସାଜି କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭି୍େ‌ାଗ କରିଛନ୍ତି । ଯଦି ଗୋଟିଏ ଭୋଟରଙ୍କ ୨ଟି ଭୋଟର କାର୍ଡ ଥାଏ, ଏହା ଏକ ଦଣ୍ଡନୀୟ ଅପରାଧ । ଏହା ସଂପର୍କରେ ନିର୍ବାଚନ କମିଶନ ବିଜ୍ଞପ୍ତି ଓ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ନିହାତି ଆବଶ୍ୟକ ।

ସହରାଚଂଳ ବାସ କରୁଥିବା ବ୍ୟକ୍ତିଙ୍କ ନାଁ ନିଜ ମୂଳ ଗାଁର ଭୋଟର ତାଲିକାରେ ମଧ୍ୟ ରହିଛି । ଯେଉଁ ବ୍ୟକ୍ତିମାନେ ଗ୍ରାମାଚଂଳରେ ଭୋଟ ଦେଇଛନ୍ତି ସେମାନେ ପୁଣି ମ୍ୟୁନିସପାଲଟି ନିର୍ବାଚନରେ ଭୋଟ ଦେବା ଦଣ୍ଡନୀୟ ଅପରାଧ । ଅନ୍ୟ ପଟେ ଶାସକ ବିଜେଡିର ମନ୍ତ୍ରୀ ଓ କର୍ମୀମାନେ ବେଆଇନ ଭାବେ ଅଧିକ ଭୋଟ ପାଇବା ଆଶାରେ ସହରାଚଂଳରେ ରହୁଥିବା ଲୋକଙ୍କର ୨ଟି ଲେଖାଏଁ ଭୋଟର କାର୍ଡ କରିଛନ୍ତି । ୨ଟି ସ୍ଥାନରେ ଭୋଟ ଦେଉଥିବା ନକଲି ଭୋଟରଙ୍କୁ ତୁରନ୍ତ ଭୋଟର ତାଲିକାରୁ ବାଦ୍ ଦିଆଯିବା ଉଚିତ୍ । ଶାସକ ବିଜେଡିର ଷଡଯନ୍ତ୍ର ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ନୀରବତା ଓ ପକ୍ଷପାତିତା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅବଗତ କରାଇବା ସହିତ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ଜଣାଇଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିଆରସିଂହ, ଠାକୁର ରଞ୍ଜିତ ଦାସ, ସୋନାଲୀ ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.