ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା। ତାଙ୍କ ସହ ବିଦେଶମନ୍ତ୍ରୀ ହୋସେନ ଆମିରୋବଦୋହ୍ଲିଆନଙ୍କ ମଧ୍ୟ ମୃତ୍ୟୁ ହୋଇଛି।   ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ରାଷ୍ଟ୍ରପତିଙ୍କ ସହ ଅନ୍ୟ ଅଧିକାରୀମାନେ ଜୀବିତ ଥିବାର କୌଣସି ଆଶା ନଥିବା ଇରାନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଏଠାରେ ପ୍ରଶ୍ନ ଉଠୁଛି ଯେ ଇବ୍ରାହିମ୍‌‌ ରୈସି ରବିବାର ଦିନ ଆଜରବୈଜାନକୁ କାହିଁକି ଯାଇଥିଲେ। ଯେଉଁଠାରୁ ଫେରିବା ବେଳେ ହେଲିକପ୍ଟର ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ରବିବାର ଦିନ ପାଖାପାଖି ୩ଟା ସମୟରେ ରଈସିଙ୍କ ହେଲିକପ୍ଟରଟି ଆଜରବାଇଜାନର ଘନ ଓ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ହେଲିକପ୍ଟରରେ ବୈଦେଶିକ ମନ୍ତ୍ରୀ ଇବ୍ରାହିମ ରାଇସି ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଥିଲେ। ଦୁର୍ଘଟଣା ପରେ ଇରାନ ରାଷ୍ଟ୍ରପତିଙ୍କ ସହ ଯୋଗଯୋଗ ହୋଇପାରିନଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ରଇସି ପୂର୍ବ ଅଜରବାଇଜାନ ଅଂଚଳରେ ଯାତ୍ରା କରିବା ବେଳେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ସମେତ ମୋଟ ତିନୋଟି ହେଲିକପ୍ଟର ଥିଲା ।

ଇରାନର ରାଜଧାନୀରୁ ପାଖାପାଖି ୬୦୦ କିଲୋମିଟର ଦୂର ଉତର ପଶ୍ଚିମର ଜୋଲଫା ସହରରେ ହଠାତ୍ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରବଳ ବର୍ଷା କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେପଟେ ଅଧିକାରୀ ଓ ସେନା ଦୁର୍ଘଟଣାସ୍ଥଳରେ ପହଂଚିବା ପାଇଁ ଡ୍ରୋନର ସହାୟତା ନେଇଥିଲେ। ଦୀର୍ଘ ୧୭ ଘଣ୍ଟା ପରେ ବି ରାଷ୍ଟ୍ରପତିଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

Leave A Reply

Your email address will not be published.