ଆଜି ବିଶ୍ବ ବାଇସାଇକେଲ୍‌ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିନଥିଲା ଶୂନଗାଡ଼ି ବା ସାଇକେଲ ପରିବହନର ବଡ଼ ମାଧ୍ୟମ ଥିଲା। ଲୋକେ କୌଣସି ସ୍ଥାନକୁ ଯାତାୟାତ ପାଇଁ ସାଇକେଲ ଉପରେ ଭରସା କରୁଥିଲେ। ସେହି ସମୟରେ ସାଇକେଲ ଆବଶ୍ୟକତା ଅଧିକ ଥିଲା। ହେଲେ ଏବେ ବ୍ୟକ୍ତିଗତ ଯାତାୟାତ ପାଇଁ କାର୍‌ ଓ ବାଇକ୍‌ ରାସ୍ତାକୁ କବ୍‌ଜା କରି ନେଇଛନ୍ତି। ତାହାରି ଭିତରେ କିଛି ହାତଗଣତି ସାଇକେଲ ଗଡ଼ୁଛି ସତ, କିନ୍ତୁ ତାହା ଯାତାୟାତର ଜରୁରୀ ମାଧ୍ୟମ ହୋଇ ରହିନାହିଁ।

ସ୍ବାସ୍ଥ୍ୟ ସଚେତନ ଲୋକେ ଫିଟ୍‌ନେସ୍‌ ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ସାଇକେଲ ବ୍ୟବହାର କରୁଛନ୍ତି। ଗତ କିଛି ବର୍ଷ ହେଲା ସାଇକେଲ ମାନିଆ ଦେଖାଦେଇଛି। ସକାଳୁ ସକାଳୁ ରାଜଧାନୀର ବହୁ ରାସ୍ତାରେ ଲୋକମାନେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ”ବିଶ୍ୱ ସାଇକେଲ ଦିବସ”’ ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ । ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତି ନିଆଯାଇ ଏ ପରମ୍ପରା ଆରମ୍ଭ ହୋଇଥିଲା । ବିଶ୍ୱ ସାଇକେଲ ଦିବସରେ, “ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ ।”

ରାଜଧାନୀବାସୀଙ୍କର ସାଇକେଲ ଚଳାଇବା ପ୍ରତି ଆଗ୍ରହ ଦେଖି ସହରରେ ବିଭିନ୍ନ ସାଇକେଲ ଦୋକାନ ଖୋଲିବାରେ ଲାଗିଛି। ୫ହଜାର ଟଙ୍କାରୁ ଆରମ୍ଭ କରି ସାଢ଼େ ୮ଲକ୍ଷ ଟଙ୍କାର ସାଇକେଲ୍‌ ବଜାରରେ ଉପଲବ୍ଧ ହେଉଛି। ହିରୋ, ବିଏସ୍‌ଏ, ଟାଟା, ଫାୟାର ଫକ୍ସ, ନାଇନ୍‌ ୱାନ୍‌, ରାଲେ, ହରକୁଲେସ୍‌ ଆଦି ବ୍ରାଣ୍ଡର ସାଇକେଲ୍‌ ୫ହଜାରରୁ ନେଇ ୨୫ ହଜାର ଟଙ୍କାରେ ଉପଲବ୍ଧ ହେଉଛି।

Leave A Reply

Your email address will not be published.