ସଧବା ନାରୀଙ୍କ ସାବିତ୍ରୀ ବ୍ରତ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଆଜି ପ୍ରତିଟି ଓଡିଆ ସଧବା ନାରୀ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ଆଜି ଜ୍ୟୈଷ୍ଠ, ସାବିତ୍ରୀ ବ୍ରତ । ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ । ଆଜି ଦିନରେ ବ୍ରତଧାରୀ ମହିଳା ମାନେ ଅନ୍ନଗ୍ରହଣ କରୁନଥିବା ବେଳେ, ପୂଜା ଶେଷ ପରେ ଫଳାହାର କରିଥାନ୍ତି । ଯମରାଜଙ୍କ କବଳରୁ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ସାବିତ୍ରୀ ।

ଏହି ପୌରାଣିକ ଗାଥାକୁ ପାଥେୟ କରି ଏହି ବ୍ରତ ପାଳନ କରାଯାଏ । ମନ୍ଦିର କିମ୍ବା ଚଉଁରା ମୂଳରେ ପୂଜାର୍ଚ୍ଚନା କରି ବ୍ରତ ପାଳିଥାନ୍ତି ସଧବା ମହିଳା । ଏହି ଅବସରରେ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ ।  ଆଜି କଟକ ଜିଲ୍ଲା ବିଭିନ୍ନ ଗାଁ ଗହଳିରେ ଥିବା ଶୈବପୀଠ ଗୁଡ଼ିକରେ ମହିଳା ମାନଙ୍କ ଗହଳି ଲାଗିଛି ।  ମହଳା ମାନେ ସ୍ବାମୀଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ବିଶେଷ କରି ନିଆଳି ବ୍ଳକର ପ୍ରଭୁ ଶୋଭନେଶ୍ବରଙ୍କ ନିକଟରେ ପ୍ରବଳ ଗହଳି ହୋଇଥିବା ପରିଲକ୍ଷିତ ହୋଇଥିଲା ‌ ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବିଭିନ୍ନ ଶୈବପୀଠରେ ମଧ୍ୟ ସାବିତ୍ରୀ ବ୍ରତ ଉପଲକ୍ଷେ ମନ୍ଦିରରେ ପୂଜା ପାଠ ପାଇଁ ଗହଳି ଲାଗିଛି । ଶୈବପୀଠ ବ୍ଯତିତ ପ୍ରତ୍ୟେକ ଘରେ ଚଉରାମୂଳେ ବ୍ରତ ପୂଜା କରୁଛନ୍ତି ସଧବା ନାରୀ ।  ଆଜିର ଦିନରେ ନୂଆ ଲୁଗା,ଫଳ, ଶଙ୍ଖା, ସିନ୍ଦୁର ଏ ସବୁ ମହିଳାଙ୍କ ବାପ ଘରୁ ଆସିବାର ପରମ୍ପରା ପ୍ରଚଳିତ ।‌

Leave A Reply

Your email address will not be published.