ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ । ମିଳିଥିବା ସୂଚନା ଅନୁଯାୟୀ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେବେ। ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ ଯାଦବ। ଅଖିଳେଶ କରହଲ ଆସନରୁ ଏବେ ବିଧାୟକ ଅଛନ୍ତି ।
କକା ଶିବପାଲ ଯାଦବଙ୍କୁ ବିରୋଧୀ ଦଳ ନେତା ଭାବେ ନୂଆ ଦାୟିତ୍ୱ ଦେଇପାରନ୍ତି ସମାଜବାଦୀ ପାର୍ଟି ମୁଖିଆ । ତେବେ ଚଳିତ ନିର୍ବାଚନରେ କନୌଜ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ନିୟମ ଅନୁସାରେ ବିଧାୟକ ଓ ସାଂସଦ ପଦରୁ ଗୋଟିଏ ଅଖିଳେଶଙ୍କୁ ଛାଡିବାକୁ ପଡ଼ିବ । ବିଧାୟକ ପଦରୁ ଇସ୍ତଫା ଦେଲେ କରହଲ ଆସନରୁ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିପାରନ୍ତି । ଲୋକସଭାରେ ଉତ୍ତରପ୍ରଦେଶରେ ଦମଦାର ପ୍ରଦର୍ଶନ ପରେ ଅଖିଳେଶ ଯାଦବ ଏବେ ଜାତୀୟ ରାଜନୀତିରେ ନିଜର ଦବଦବା ବଢାଇବାକୁ ଚାହୁଁଛନ୍ତି।
ନିୟମ ଅନୁସାରେ ବିଧାୟକ ଓ ସାଂସଦ ପଦରୁ ଗୋଟିଏ ପଦ ଅଖିଳେଶଙ୍କୁ ଛାଡିବାକୁ ପଡିବ । ବିଧାୟକ ପଦରୁ ଇସ୍ତଫା ଦେଲେ କରହଲ ଆସନରୁ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିପାରନ୍ତି । ଯଦିଓ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଲୋକସଭାରେ ଉତ୍ତରପ୍ରଦେଶରେ ଦମଦାର ପ୍ରଦର୍ଶନ ପରେ ଅଖିଳେଶ ଯାଦବ ଏବେ ଜାତୀୟ ରାଜନୀତିରେ ନିଜର ଦବଦବା ବଢାଇବାକୁ ଚାହୁଁଛନ୍ତି । ତେବେ ଦିଲ୍ଲୀରୁ ଫେରିବା ପରେ ଏସପି ବିରୋଧୀ ଦଳର ନୂଆ ନେତା କିଏ ହେବେ ସେ ନେଇ ଅଖିଳେଶ ନିଷ୍ପତ୍ତି ନେବେ।