ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନର ଗଣତି ପ୍ରକ୍ରିୟା ସମ୍ପର୍ଣ୍ଣ ହେବା ପରେ ବିଜୟ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯାଇଛି। ତେବେ ବିଜୟୀ ପ୍ରାର୍ଥୀଙ୍କୁ ନିର୍ବାଚନ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଲୋକସଭା ଆସନ ପାଇଁ ନିର୍ବାଚନରେ ବିଜୟୀ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀଙ୍କୁ ନିର୍ବାଚନ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।
ଫଳାଫଳ ପ୍ରକାଶ ପାଇବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ବୁଧବାର ବାରିପଦା ସ୍ଥିତ କାର୍ଯ୍ୟାଳୟରେ ଲୋକସଭା ଆସନ ବିଜୟୀ ପ୍ରାର୍ଥୀ ନବ ଚରଣ ମାଝୀଙ୍କୁ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରିବା ସହିତ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉ କି, ମୟୂରଭଞ୍ଜ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ନବଚରଣ ମାଝି ବିଜୟ ଲାଭ କରିଛନ୍ତି। ଏଥି ସହିତ ବିଜେଡିରୁ ସୁଦାମ ମାର୍ଣ୍ଡି ୩ଲକ୍ଷ ୬୫ ହଜାର ୮୨୪, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଅଞ୍ଜନୀ ସୋରେନ ୧ଲକ୍ଷ ୩୫ ହଜାର ୩୨୩ ଭୋଟ ପାଇଛନ୍ତି।
ସେହିପରି ବହୁଜନ ସମାଜବାଦୀ ପାର୍ଟିର ଜଟିଆ ସାର୍ୟ ୮୪୮୮, ଏସ୍ସିଆଇ(ସି)ର ପିତାମ୍ବର ନାଏକ ୮୧୦୪, ଆଜସୁ ପାର୍ଟିର ଆନ୍ତ ଆଲୋକ ବାସ୍କେ ୫୩୮୭, ଭାରତୀୟ ନ୍ୟାୟ ଅଧିକାର ରକ୍ଷା ପାର୍ଟିର ସୁକାନ୍ତ ହେମ୍ବ୍ରମ ୩୬୫୩ ଏବଂ ଭାରତୀୟ ଜୱାନ କିଷାନ ପାର୍ଟିର ଗୁରୁଚରଣ ହେମ୍ବ୍ରମ ୩୨୦୮ ଭୋଟ ପାଇଛନ୍ତି। ସ୍ଵାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ରବୀନ୍ଦ୍ର ନାଥ ସିଂ ୯୩୧୯, ଅଶୋକ କୁମାର ସିଂ ୮୯୨୨, ଶାନ୍ତିଲତା ଚାଟାର ୮୪୭୦, ବାଜୁନ ହାଁସଦା ୫୩୧୬ ଓ କାହ୍ନୁଚରଣ ଟୁଡ଼ୁ ୫୧୩୫ ଭୋଟ ପାଇଛନ୍ତି। ନୋଟାରେ ୧୯ ହଜାର ୯୨୨ ମତଦାନ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି।
Comments are closed.