ସରକାର ଗଠନ ନହେଉଣୁ ବାଲିଆପାଳରେ ବିଜେପି କର୍ମୀଙ୍କ ଦବଙ୍ଗଗିରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ବିଜେପି ସରକାର ଗଠନ ନହେଉଣୁ ଆରମ୍ଭ ହୋଇଛି ଦବଙ୍ଗଗିରି। ଆମକଥା ରେ କାମ କର ବିଜେଡି ନେତାଙ୍କ କଥାରେ କାମକଲେ ଏରିଆ ଛାଡ ର ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବାଲିଆପାଳ ଲଖ୍ମୀବସ ଷ୍ଟାଣ୍ଡ ରେ ବାଲିଆପାଳ ସରପଞ୍ଚ ପ୍ରତିନିଧିଙ୍କ ଦ୍ବାରା ଚାରି ଜଣ ବ୍ୟକ୍ତି ଚାରିମାସ ହେବ କାମ କରିଆସୁଥିଲେ।

ତେବେ ଚ୍ଯୁକ୍ତି ନାମା ଅନୁସାରେ କାମ ରେ ରଖିଥିବା କମ୍ପାନୀ ର ଚ୍ଯୁକ୍ତି ସରିବା ପରେ ଉକ୍ତ ପିଲା ମାନଙ୍କୁ ଚାକିରୀ ଛାଡିବାକୁ କହିଥିଲେ।ଚାକିରୀ ଚାଲିଯିବା ର ଡର ସହିତ ଚାରି ମାସ ଧରି ଦରମା ନପାଇ ମର୍ମାହତ ଥିବା ଯୁବକ ମାନେ ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ ଙ୍କୁ କହିଥିଲେ। ସକାଳ ସମୟରେ ଶ୍ରୀ ଦାସ ଙ୍କ ସହ କିଛି ଯୁବକ ଏବଂ ଚାକିରୀ ହରାଇଥିବା ଲୋକେ ଲଖ୍ମୀ ବସଷ୍ଟାଣ୍ଡ ନିକଟକୁ ଯାଇ ସେଠାରେ କାର୍ଯ୍ୟ କରୁଥିବା କିଛି ମହିଳା କର୍ମଚାରୀ ଙ୍କୁ ଅଶାଳୀନ ବ୍ୟବହାର ସହିତ ଅଫିସ ରୁ ବାହାରି ଯିବାକୁ କହିଥିଲେ। ଠିକ ସେହି ସମୟରେ ଜଣେ ଡ୍ରାଇଭର ଘଟଣା ର ଭିଡିଓ ଉଠାଉଥିବା ବେଳେ, ଉକ୍ତ ଡ୍ରାଇଭରକୁ ନିସ୍ତୁକ ମାଡ ମାରିବା ସହିତ ମୋବାଇଲ ଫୋନ କୁ ଛଡାଇ ନେଇଛନ୍ତି।

ଏବଂ ଲକ୍ଷ୍ମୀ ବସଷ୍ଟାଣ୍ଡ ରେ ତାଲା ଲଗାଇଛନ୍ତି। ଘଟଣା କୁ ନେଇ ବସଷ୍ଟାଣ୍ଡ କମିଟିର ଚେୟାରମେନ ତଥା ବାଲିଆପାଳ ବିଡ଼ିଓ ଙ୍କୁ ସାକ୍ଷାତ କରି ଘଟଣା ର ସମାଧାନ ପରିବର୍ତେ ବିଭିନ୍ନ ଅଶାଳୀନ ମନ୍ତବ୍ଯ ସହିତ ଧମକ ଦେଇଥିଲେ। ତେବେ ବିଡ଼ିଓ ଥାନା ଅଧିକାରୀଙ୍କୁ ଡକାଇ ସେମାନଙ୍କୁ ବ୍ଲକ ପରିସରରୁ ବାହାର କରିଥିଲେ ମଧ୍ୟ ସରପଞ୍ଚ ଙ୍କ ପ୍ରତିନିଧି ବହୁ ଧମକ ଦେଇଥିବା ବିଡ଼ିଓ କହିଛନ୍ତି। ତେବେ ବସ୍ତା ନିର୍ବାଚନ ମଣ୍ଡଳୀ ରେ ବିଜେପି ପ୍ରାର୍ଥୀ ପରାଜିତ ହୋଇଥିବା ବେଳେ ରାଜ୍ୟରେ ବିଜେପି ସରକାର ଗଠନ ନହେଉଣୁ କର୍ମୀ ମାନଙ୍କ ର ଦବଙ୍ଗଗିରି କୁ ନେଇ ଚର୍ଚ୍ଚା ଲାଗି ରହିଛି।

Leave A Reply

Your email address will not be published.