ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାବିତ୍ରୀ ବ୍ରତକୁ ନେଇ ତୁମୁଳ କାଣ୍ଡ । ପୂଜକଙ୍କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମହୁଲିଆ ଗ୍ରାମରେ ସାବିତ୍ରୀ ବ୍ରତ ପୂଜାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଘାଟଣା ସ୍ଥଳରେ ଜଳେଶ୍ୱର ପୋଲିସ ମୁତୟନ ।
ସୂଚନା ମୁତାବକ,ମହୁଲିଆ ଗ୍ରାମର କିଛି ମହିଳା ଜଣେ ପୂଜକଙ୍କ ପାଖରେ ସାବିତ୍ରୀ ପୂଜା କରିବା ପାଇଁ ଆସିଥିଲେ । ଅନ୍ୟ ଏକ ଗୋଷ୍ଠୀ ମହିଳା ଆଉ ଜଣେ ପୂଜକଙ୍କ ପାଖରେ ପୂଜା କରିବେ ବୋଲି କହିଥିଲେ । କିନ୍ତୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କାଥା କଟାକଟି ଆରମ୍ଭ ହେଲା |
ତେବେ ସମାଧାନ ନହେବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ରୂପ ନେଇଥିଲା । ଶେଷରେ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଥିଲା | ସେଠାରେ ପହଂଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଜାରିରଖିଥିଲା ।