ରାଜ୍ୟରେ ହେବାକୁଥିବା ସାଧାରଣ ନିର୍ବାଚନ ପାଇଁ ସୋମବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ତେବେ ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମରେ ହେବାକୁ ଥିବା ନିର୍ବାଚନ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଏବେ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୫୬୯ଜଣ, କାଉନସିଲର/କର୍ପୋରେଟର ପଦବି ପାଇଁ ୫୮୪୨ଜଣ ପ୍ରାର୍ଥୀ ଅଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।
କିନ୍ତୁ ନିର୍ବାଚନ ପୂର୍ବରୁ ୬୪୧ଜଣ ପ୍ରାର୍ଥୀ ଓହରି ଯାଇଥିବା ଜଣାପଡିଛି। ଏଥିରେ ୧୦୨ଜଣ ମେୟର ପ୍ରାର୍ଥୀ ଥିବାବେଳେ ୫୩୯ଜଣ କାଉନସିଲର/କେର୍ପାରେଟର ପ୍ରାର୍ଥୀ ଅଛନ୍ତି। ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହରର ଶେଷ ଦିନ ଥିବାବେଳେ ବହୁ ସ୍ଥାନରେ ସ୍ବାଧୀନ ଓ ବିଭିନ୍ନ ଦଳର ଅସନ୍ତୁଷ୍ଟ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ଦେଖିବାକୁ ମିଳିଛି। ଏଥିରେ ୧୦୨ଜଣ ପୌରାଧ୍ୟକ୍ଷ/ମେୟର ପ୍ରାର୍ଥୀ ଥିବାବେଳେ ୫୩୯ଜଣ କାଉନସିଲର/କେର୍ପାରେଟର ପ୍ରାର୍ଥୀ ଅଛନ୍ତି। ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହରର ଶେଷ ଦିନ ଥିବାବେଳେ ବହୁ ସ୍ଥାନରେ ସ୍ବାଧୀନ ଓ ବିଭିନ୍ନ ଦଳର ଅସନ୍ତୁଷ୍ଟ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଚଳିତ ପୌର ନିର୍ବାଚନ ପାଇଁ ମେୟର ପଦବି ପାଇଁ ୬୯୩ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ନାମାଙ୍କନପତ୍ର ଯାଞ୍ଚବେଳେ ୨୨ଜଣଙ୍କର ନାକଚ ହୋଇଥିଲା।