କୁଏତ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ୨ଜଣ ଓଡ଼ିଆ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୁଏତରେ ଭୟାବହ ଅଗ୍ନିକାଣ୍ଡରେ ଯାଇଛି ୨ ଓଡ଼ିଆଙ୍କ ଜୀବନ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼। ମହମ୍ମଦ ଜହୁରଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ମହମ୍ମଦ କୌରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଠଗଡ ତିଗିରିଆ ଥାନା କରଡାପଲ୍ଲୀ ଗାଁର ମହମ୍ମଦ ଜୁହର ଦକ୍ଷିଣ କୁଏତର ମଙ୍ଗଫ ସହର ଏକ ଟ୍ରେଡିଙ୍ଗ କମ୍ପାନୀରେ ସିଭିଲ ଲାବ୍ରୋଟରୀରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିଲ୍ଡିଂର ପଞ୍ଚମ ମହଲାରେ ରହୁଥିଲେ ମହମ୍ମଦ। ସାଙ୍ଗମାନଙ୍କ ସହ ରୁମରେ ଶୋଇଥିବା ବେଳେ ହଠାତ ନିଆଁ ଲାଗିବାରୁ ନିଦରୁ ଉଠି ଉପର ମହଲାକୁ ପଳାଇଥିଲେ। ହେଲେ ପ୍ରବଳ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ବ୍ଲକ ରଣଝେଳି ଗାଁର ସନ୍ତୋଷ ଗୌଡ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି।

କାମରୁ ଫେରି ରୁମରେ ଶୋଇଥିବା ବେଳେ ନିଆଁ ଲାଗିବାରୁ ଶ୍ୱାସରୁଦ୍ଦ ହୋଇ ତାଙ୍କର ଅକାଳ ବିୟୋଗ ହୋଇଛି। ରୋଜଗାରିଆ ପୁଅକୁ ହରାଇ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ଏହି ଭୟାବହ ଅଗ୍ନିକାଣ୍ଡରେ ମୋଟ ୪୫ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ନେଇ ଭାରତ ଫେରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ।

Leave A Reply

Your email address will not be published.