ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଛକ ଚାନ୍ଦିନୀରେ ବସିଥିବା ବେଳେ ମାଡ଼ିଗଲା ଟ୍ରକ। ଟ୍ରକ ଧକ୍କାରେ ଜଣେ ମୃତ, ପାଞ୍ଚ ଗୁରୁତର। ସମସ୍ତେ ମେଡିକାଲରେ ଭର୍ତ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବାହାଡ଼ାଗୁଡ଼ା ଛକ ଚାନ୍ଦିନୀ ଓ ଏହାକୁ ଲାଗି ଥିବା ଦୋକାନରେ ଘର ଉପରକୁ ମାଡ଼ିଯାଇଛି ଟ୍ରକ। ଆସିକାରୁ ସେରଗଡ଼ ଅଭିମୁଖେ ଯାଉଥିବା ଟ୍ରକ ବାହାଡ଼ାଗୁଡ଼ା ଛକରେ ଦୋକାନ ଘରକୁ ମାଡ଼ିଯାଇଛି ।
ସୂଚନ ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ସମୟରେ ଆସିକା ପଟୁ ଶେରଗଡ଼ ଅଭିମୁଖେ ଯାଉଥିବା ଏକ ଟ୍ରକ ବାହାଡାକୁଡ଼ା ଛକ ନିକଟରେ ଥିବା ଏକ ଦୋକାନ ମଧ୍ୟକୁ ପଶି ଯାଇଥିଲା। ଫଳରେ ଦୋକାନୀ ମହେନ୍ଦ୍ର ବିଷୋୟୀ ଟ୍ରକ ଚକତଳେ ଚାପି ହୋଇ ଘଟଣାସ୍ଥଳରେ ରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ବି ସଂକଟାପନ୍ନ ରହିଛି। ଘଟଣାସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଛି।
ସେହିପରି ଆହତ ମାନେ ହେଲେ କାମେଶ୍ୱର ସେଠି, ଲକ୍ଷ୍ମଣ ଗୌଡ଼, ବୃନ୍ଦା ସ୍ବାଇଁ , କାଳୁ ଚରଣ ପ୍ରଧାନ ଓ ମୁରଲୀ ଗୌଡ଼ । ସକାଳୁ ସକାଳୁ ଚା ଦୋକାନରେ ଚାହା ପିଇବାକୁ ଅପେକ୍ଷା କରିଥିବା ବେଳେ ଘଟିଛି ଅଘଟଣ । ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚିିବା ସହ ଶବ ଜବତ କରି ଅଧିକ ତଦନ୍ତ କରୁଛି ।