ସ୍କୁଲରେ ରହିବନି ‘ଫାଇଭ-ଟି’ ଚିହ୍ନବର୍ଣ୍ଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଅମଳରେ ସ୍କୁଲଗୁଡ଼ିକରେ ଲାଗିଥିବା ‘ଫାଇଭ-ଟି ଚାର୍ଟର’କୁ ତୁରନ୍ତ ହଟାଇବାକୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।  ଫାଇଭ-ଟି ଅନ୍ତର୍ଗତ ସ୍କୁଲଗୁଡ଼ିକର ରୂପାନ୍ତରୀକରଣ କାର୍ଯ୍ୟ ହୋଇଥିଲା । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ସ୍କୁଲଗୁଡ଼ିକରୁ ‘ଫାଇଭ-ଟି’ ଚିହ୍ନବର୍ଣ୍ଣ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଶିକ୍ଷା କ୍ଷେତ୍ରରେ ଉନ୍ନତି ତଥା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ପୂର୍ବତନ ମୁଖୂମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ରାଜ୍ୟରେ ପ୍ରାୟ ଅଧିକାଂଶ ହାଇସ୍କୁଲକୁ ରୂପାନ୍ତରିତ କରାଯାଇଥିଲା । ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ସେଥିରେ ୫ଟି ଚାର୍ଟର୍ ଲଗେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ କିନ୍ତୁ ରାଜ୍ୟରେ ନବୀନ ସରକାରଙ୍କର ଶେଷ ହେବାପରେ ଆରମ୍ଭ ହୋଇଛି ବିଜେପି ସରକାରଙ୍କ ରାଜୁତି ।

ତେବେ ରୂପାନ୍ତରିତ ହୋଇଥିବା ହାଇସ୍କୁଲ୍ ଗୁଡ଼ିକରୁ ୫ଟି ଚାର୍ଟର୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନା ଅନୁସାରେ, କହିରଖୁଛୁ, ମୋ ସରକାର ନବୀନ ସରକାରରେ ଗଠିତ ଏକ ବ୍ୟବସ୍ଥା ଯେଉଁଥିରେ ସାଧାରଣ ଜନତା ସିଧା ସଳଖ ସରକାରଙ୍କ ସହ ଜଡିତ ରହିପାରିବେ ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟତିକ୍ରମ ନେଇ ନିଜର ମତାମତ ମଧ୍ୟ ଦେଇପରିବେ । ଅନ୍ୟପଟେ ବିଭିନ୍ନ ରୂପାନ୍ତରୀକରଣ ୫-ଟି ଅଧିନରେ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.