ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ମୃତ 45 ଭାରତୀୟଙ୍କ ମରଶରୀର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଧ୍ୟପ୍ରାଚ୍ୟ ଦେଶ କୁଏତ୍‌ର ମାଙ୍ଗାଫରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ଆଖି ବୁଜିଥିବା ୪୫ ଭାରତୀୟଙ୍କ ମୃତଦେହ ସ୍ୱଦେଶ ଫେରିଛି। ୪୫ ଭାରତୀୟଙ୍କ ମୃତଦେହ ଧରି ଆଜି କେରଳ କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି ବାୟୁସେନା ବିମାନ ।

ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ନିମନ୍ତେ କେରଳ ମୁଖ୍ୟମନ୍ତ୍ରୀ ପିନ୍ନାରାଇ ବିଜୟନ କୋଚି ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିବା ଜଣାଯାଇଛି। । ଅଗ୍ନିକାଣ୍ଡରେ 45 ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସର୍ବାଧିକ 23 ଜଣ ମୃତକ କେରଳର ରହିଥିବା ବେଳେ 7 ଜଣ ତାମିଲନାଡୁ, ଆନ୍ଧ୍ରପ୍ରଦେଶର ତିନି ଜଣ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ହରିୟାଣା, ପଞ୍ଜାବ ଏବଂ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ରହିଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ମୃତଦେହ ଆଣିବାକୁ ଭାରତୀୟ ବାୟୁସେନାର ସି-୧୩୦ ବିମାନ କୁଏତ ଯାଇଥିଲା।

ସେଠାରୁ ମୃତଦେହ ଧରି ବିମାନଟି ଆଜି କେରଳର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ସେଠାରେ କେରଳ  ନାଗରିକଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ଏହାପରେ କୋଚି ବିମାନବନ୍ଦରରୁ ବିମାନଟି ଅପରାହ୍ନ ୪ଟାରେ ଦିଲ୍ଲୀ ପହଞ୍ଚିବ । ସେଠାରୁ ଭିନ୍ନ ଭିନ୍ନ ରାଜ୍ୟକୁ ସେମାନଙ୍କ ମୃତଦେହ ପଠାଯିବ ବୋଲି ଜଣାଯାଇଛି।

Leave A Reply

Your email address will not be published.