କେଜ୍ରିଓ୍ବାଲଙ୍କୁ ଗିରଫ କଲା ସିବିଆଇ; ଜେଲ୍ ରେ ହିଁ ରହିବେ କେଜ୍ରିୱାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋର୍ଟ ପରିସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଗତକାଲି କେଜ୍ରିଓ୍ବାଲଙ୍କୁ ତିହାର ଜେଲରୁ ହେପାଜତକୁ ନେଇଥିଲା ସିବିଆଇ । ଆଜି ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରି ଗିରଫ ପାଇଁ ଅନୁମତି ମାଗିଥିଲା କେନ୍ଦ୍ରୀୟ ସଂସ୍ଥା ।

ଟ୍ରାଏଲ କୋର୍ଟରୁ ଜାମିନ ପାଇବା ପରେ କେଜ୍ରିୱାଲ ଜେଲରୁ ବାହାରକୁ ଆସିବେ ବୋଲି ଆଶା କରାଯାଉଥିଲା କିନ୍ତୁ ଇଡି ତୁରନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇ କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନକୁ ବିରୋଧ କରିଥିଲା । ଆଜି ଏହି ମାମଲାରେ ହାଇକୋର୍ଟ ତାଙ୍କ ରାୟ ଦେଇଛନ୍ତି । ଗତକାଲି ଠାରୁ ସିବିଆଇ ହେପାଜରେ ଥିବା କେଜ୍ରିଓ୍ବାଲଙ୍କୁ ଆଜି ପୂର୍ବାହ୍ନରେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା । ସିବିଆଇ ତାଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲା । ଆଜି ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନାତା, ଦଳର ଅନ୍ୟତମ ବରିଷ୍ଠ ନେତା ସଂଞ୍ଜୟ ସିଂ, ଦିଲ୍ଲୀପ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।

ସିବିଆଇ ପକ୍ଷରୁ ସରକାରୀ ଓକିଲ ଡିପି ସିଂ ମାମଲାରେ ପକ୍ଷ ରଖିଥିଲେ । ମଦ ଘାଟାଲା ମାମଲାରେ ତଦନ୍ତର ଆବଶ୍ୟକତା ଦର୍ଶାଇ ସିବିଆଇକୁ ଗିରଫ ଅନୁମତି ଦେବାକୁ ସରକାରୀ ଓକିଲ ଯୁକ୍ତି ବାଢିଥିଲେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ରଦ୍ଦ ବିରୋଧରେ ଇଡି ଏକ ପିଟିସନ ଦାଖଲ କରିଥିଲା । ଏହି ଆବେଦନ ଉପରେ ଶୁଣାଣି ଆସନ୍ତା ଦିନରେ ହାଇକୋର୍ଟରେ ହେବ ଏବଂ ଏହି ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ରହିତାଦେଶ ଜାରି ରହିବ ।

Leave A Reply

Your email address will not be published.