ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବିଡ଼ିଓ ସନ୍ଧ୍ୟାରଣୀ ସମରଥଙ୍କ ବିରୋଧ ତାତିଲେ ଶହ ଶହ ମହିଳା | ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ରେ ତାଲା ମାରି ଧାରଣା ବସିଲେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର ଶହ ଶହ ମହିଳା ମାନେ।
ବିଡ଼ିଓ ଙ୍କ ଦୁର୍ବ୍ୟବହାର ଅଭିଯୋଗ ଆଣି ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ କୁ ତାଲା ପକାଇଛନ୍ତି ମହିଳା ମାନେ।ବିଡ଼ିଓ କ୍ଷମା ପ୍ରାର୍ଥନା ନକଲା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଜିଦ ରେ ବସିଛନ୍ତି ମହିଳା ମାନେ। ୩୧ ପଞ୍ଚାୟତ ର ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ହେଉଥିବା ବିଭିନ୍ନ ବିଭାଗ ରେ ନିୟୋଜିତ ଅଛନ୍ତି ଏମାନେ।
ବିଡ଼ିଓ ସନ୍ଧ୍ୟା ରାଣୀ ସମରଥ କୃଷି ମିତ୍ର, ବେଙ୍କ ମିତ୍ର, ପ୍ରାଣୀ ମିତ୍ର, CRP, MBK ଏବଂ GPLK କ୍ଷେତ୍ର ରେ କାର୍ଯ୍ୟରତ ମହିଳା ମାନଙ୍କ ବୋରିଗୁମ୍ମା ବିଡ଼ିଓ ସନ୍ଧ୍ୟା ରାଣୀ ସମରଥ ଅନେକ ଦିନ ହେବ ଦୁର୍ବ୍ୟବହାର ଦେହଉଛନ୍ତି ,ଅଯଥା କାର୍ଯ୍ୟ ବତାଉଛନ୍ତି, SHG ମହିଳାଙ୍କ ଋଣ ନଞ୍ଜୁର ପାଇଁ ଫାଇଲରେ ଦସ୍ତଖତ କରୁନଥିବା ଅଭିଯୋଗ ଆଣି ବ୍ଲକ କାର୍ଯ୍ୟାଳୟ କୁ ତାଲା ମାରି ଧାରଣା ରେ ବସିଛନ୍ତି ମହିଳା ମାନେ