୨ୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଜଗନ୍ନାଥ ମନ୍ଦିରର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨ୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଜଗନ୍ନାଥ ମନ୍ଦିରର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ଆଜି ବାରିପଦା ଗସ୍ତ ରେ ଅଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର।

ରଥଯାତ୍ରା ଲାଗି ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ଓ ବ୍ୟବସ୍ଥା ର ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଦିନ 11 ଟା ବେଳକୁ ମନ୍ତ୍ରୀ ଜିଲ୍ଲାପାଳ ଙ୍କୁ ସାଙ୍ଗରେ ଧରି ଜଗନ୍ନାଥ ମନ୍ଦିର ରେ ପହଞ୍ଚି ପ୍ରଥମେ ସେବାୟତ ଓ ମନ୍ଦିର କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଛନ୍ତି। ଟା ପରେ ମନ୍ଦିର ପରିସର ବୁଲି ପରିମଳ ଓ ପାନୀୟ ଜଳ ର ବ୍ୟବସ୍ଥା ବାବଦରେ ପଚାରି ବୁଝିଛାନ୍ତି।

ବିଶେଷ କରି ରଥଦାଣ୍ଡ ଓ ମନ୍ଦିର ପରିସର କିଭଳି ସଫାସୁତୁରା ରହିବା ସହିତ ସୁରକ୍ଷାର ସହିତ ରଥଯାତ୍ରା ଆୟୋଜନ ହେବ ତା ଉପରେ ବିଶେଷ ଦୃଷ୍ଟି ଦେବାକୁ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟର ଭକ୍ତ ମାନେ ଯେଭଳି କୌଣସି ଅସୁବିଧା ନ’ଭୋଗି ଶାନ୍ତି ଶୃଙ୍ଖଳା ରେ ରଥ ଟାଣି ପାରିବେ ତା ଲାଗି ସମସ୍ତ ବ୍ୟବସ୍ଥା କରିବାଲାଗି ମ୍ୟୁନିସପାଲିଟି, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.