ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁପ୍ରିମକୋର୍ଟରେ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି। ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ଶୁଣାଣି ଘୁଞ୍ଚିଲା। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠ ପାଇନାହାନ୍ତି ପ୍ରତିପକ୍ଷ।  ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବାର ଥିଲା ମାତ୍ର ଏହି ଶୁଣାଣି ସ୍ଥଗିତ ରଖାଯାଇଛି। କହି ରଖୁଛୁ ସିବିଆଇ, ସରକାର ଏବଂ ଏନ୍‌ଟିଆଇ ସେମାନଙ୍କ ଉତ୍ତର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି।

କିଛି ପ୍ରତିପକ୍ଷ ସତ୍ୟପାଠ ପାଇ ନ ଥିବାରୁ ଏହି ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠକୁ ପ୍ରତିପକ୍ଷ ପାଇନାହାନ୍ତି। ତେଣୁ ଏହି ମାମଲା ଘୁଞ୍ଚିଛି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହା ନିଟ୍‌ ପରୀକ୍ଷା ପୁନଃ ପରିଚାଳନା କରିବା ସପକ୍ଷରେ ନୁହେଁ। ସୁପ୍ରିମକୋର୍ଟରେ ଦିଆଯାଇଥିବା ଆଫିଡେଭିଟ୍‌ରେ କେନ୍ଦ୍ର ସରକାର କହିଛନ୍ତି ଯେ ‘ଯାଞ୍ଚ ହୋଇ ନ ଥିବା ଆଶଙ୍କା’ ଆଧାରରେ ୨୩ ଲକ୍ଷ ପ୍ରାର୍ଥୀଙ୍କ ଉପରେ ପୁନଃ ପରୀକ୍ଷଣର ଭାର ଲାଗୁ ହେବ ନାହିଁ।  ସୂଚନା ଯୋଗ୍ୟ, ପରୀକ୍ଷା ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେଇ ସରକାର ୧୩୬୩ ଛାତ୍ରଛାତ୍ରୀଙ୍କୁ ଜୁନ୍ ୧୩ରେ ଦିଆଯାଇଥିବା ଗ୍ରେସ୍ ମାର୍କ ବାତିଲ କରି ଦେଇଥିଲେ।

ଏହାସହ ୨ଟି ବିକଳ୍ପ ମଧ୍ୟ ଦେଇଥିଲେ। ପ୍ରଥମଟି କୌଣସି ଗ୍ରେସ ମାର୍କ ବିନା ଛାତ୍ରଛାତ୍ରୀ ନିଟ୍‌-ୟୁଜିର କାଉନସଲିଙ୍ଗ୍‌ରେ ସାମିଲ ହେବେ। ନଚେତ୍ ପୁନଃ ପରୀକ୍ଷା ଦେବେ। ସେହି ସମୟରେ ଏନଟିଏ ଘୋଷଣା କରିଥିଲା ଯେ ଗ୍ରେସ୍ ମାର୍କ ଦିଆଯାଇଥିବା ଛାତ୍ରଛାତ୍ରୀଙ୍କର ପୁନଃ ପରୀକ୍ଷା ଜୁନ୍ ୨୩ରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.