ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ହେପାଜତକୁ ନେଲା ପୁଲିସ। ପୁଲିସ ତାଙ୍କୁ ଆଜିଠାରୁ ସାତ ଦିନ ପର୍ଯ୍ୟନ୍ତ ହେପାଜତକୁ ନେଇଛି। ଗତକାଲି ଗିରଫ ହୋଇଥିଲେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ। ଅଭିଯୋଗ ହୋଇଛି ଯେଉଁଥିରେ ସେ ଏବଂ ତାଙ୍କ ସାଙ୍ଗମାନେ ଯାଇଥିବା ଏକ ପବ୍ରେ ତାଙ୍କ ବୟସ ୨୭ ବୋଲି ଦର୍ଶାଇଥିଲେ। ଦୀର୍ଘ ତିନି ଦିନି ଧରି ନିଖୋଜ ରହିବା ପରେ ଗତକାଲି ଗିରଫ ହୋଇଥିବା ମିହିର ଶାହାଙ୍କୁ ସରକାରୀ ରେକର୍ଡ ଅନୁଯାୟୀ ୨୩ ବର୍ଷ ହୋଇଥିବା ସେ ତାଙ୍କର ବୟସ ୨୭ ବର୍ଷ ବୋଲି ଜଣାଇଛନ୍ତି।
କାରଣ ମଦ୍ୟପାନ କରିବାର ସର୍ବନିମ୍ନ ଆଇନଗତ ବୟସ ୨୫ ବର୍ଷ ଅଟେ। ପବ୍ ମ୍ୟାନେଜମେଣ୍ଟ ଅଭିଯୋଗ କରିଛନ୍ତି ଯେ ଶାହା ସେମାନଙ୍କୁ ଯେଉଁ ପରିଚୟ ପତ୍ର ଦେଖାଇଥିଲେ ସେଥିରେ ତାଙ୍କୁ ୨୭ ବର୍ଷ ବୟସ ବୋଲି ଦର୍ଶାଯାଇଥିଲା। ତାଙ୍କ ସହିତ ପବକୁ ଯାଇଥିବା ତାଙ୍କର ତିନିଜଣ ସାଙ୍ଗଙ୍କର ବୟସ ୩୦ ବର୍ଷରୁ ଅଧିକ ଥିଲା। ଆଜି ପୁଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟରେ ପୁଲିସ କହିଛି ଯେ, ମିହିର ପ୍ରମାଣ ନଷ୍ଟ କରିବାକୁ ଅନେକ ଚେଷ୍ଟା କରିଛନ୍ତି। ଏପରିକି ସେ ଫେରାର୍ ହୋଇଯିବା ପରେ ଦାଢି-ନିଶ କାଟି ଦେଇଥିଲେ, ଯେମିତି ତାଙ୍କୁ କେହି ଚିହ୍ନି ନ ପାରିବେ। ଦୁର୍ଘଟଣା ଘଟାଇବା ପରେ ତାଙ୍କ ବାପା ରାଜେଶ ଶାହ ଏବଂ ଗର୍ଲଫ୍ରେଣ୍ଡକୁ ଏକାଧିକ ଥର କଲ୍ କରିଥିଲେ। ପ୍ରକାଶ ଥାଉକି, ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିରି।
ସେ ଗତ ରବିବାର BMW କାରରେ ଯିବା ସମୟରେ ଓର୍ଲି ନିକଟରେ ଭୟଙ୍କର ଦୁର୍ଘଟଣା ଘଟାଇଥିଲେ। ଏକ ସ୍କୁଟିକୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ତାଙ୍କ ସ୍ୱାମୀ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ମିହିର ଫେରାର୍ ହୋଇ ଯାଇଥିଲେ। ତଦନ୍ତ ସମୟରେ ସହଯୋଗ ନ କରିବାରୁ ତାଙ୍କ ବାପାଙ୍କୁ ଗିରଫ କରିଥିଲା ପୁଲିସ। ପରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି। ଘଟଣାର ତିନି ଦିନ ପରେ ଗତକାଲି ମିହିରଙ୍କୁ ଗିରଫ କରାଯାଇଛି।