ଆସୁଛି ୨ ଲଘୁଚାପ: କାଲିଠୁ ବଢ଼ିବ ବର୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଆସନ୍ତା ତିନିଦିନ ଧରି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଆସନ୍ତା ୧୩ ତାରିଖରୁ  ବର୍ଷା  ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୪ ତାରିଖ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଲଘୁଚାପ ରୂପ ମଧ୍ୟ ନେଇପାରେ । ଏହାର ଗତି ଉତ୍ତର- ପଶ୍ଚିମ ଆଡ଼କୁ ରହିବା ନେଇ ଆକଳନ କରାଯାଉଛି । ସେହିପରି ୧୯ ତାରିଖବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି, ଏହା ଲଘୁଚାପରେ ପରିଣତ ହେବାନେଇ ଆଶଙ୍କା ରହିଛି । ଏହା ମଧ୍ୟ  ଉତ୍ତର-ପଶ୍ଚିମକୁ ମୁହାଁଇପାରେ । ସେହିପରି କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ୧୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି , କନ୍ଧମାଳ, ମୟୂରଭଞ୍ଜ ଓ କେଉଁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ତେବେ ଆଜି ମଧ୍ୟ ରାଜ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଦୁଇ ସପ୍ତାହ ପାଇଁ ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଜୁଲାଇ ୧୧ରୁ ୧୮ ତାରିଖ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ  ଭଲ ବର୍ଷା ସମ୍ଭାବନା ଅଛି । ୧୮ରୁ ୨୫ ତାରିଖ ଭିତରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ରାଜ୍ୟର ପଶ୍ଚିମ, ଦକ୍ଷିଣ, କେନ୍ଦ୍ରୀୟ ଓ ଉପକୂଳରେ ଅଧିକ ବର୍ଷିବ ।

Leave A Reply

Your email address will not be published.