ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେରେ ଘଟିଥିବା ଅଘଟଣକୁ ନେଇ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ଅଧିକ ତଦନ୍ତ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ତେବେ ମହାପ୍ରଭୁ ପଡିଯିବା ଘଟଣାକୁ ନେଇ ଗତକାଲି ଏକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ଏହା ଉପରେ ଅଧିକ ତଦନ୍ତ କରାଗଲେ ସମସ୍ତ ସତ୍ୟାସତ୍ୟ ଜଣାପଡିବ । ବିଜେପି ସରକାର ବହୁ ଲୋକାଭିମୁଖୀ ଯୋଜନା କରିଛି। ଜନତା ତୁଳନା କରିବେ ମାସେ ଭିତରେ ପୂର୍ବ ସରକାର କଣ କରିଥିଲେ ଆଉ ଆମେ ମାସେ ଭିତରେ କଣ ସବୁ ଭଲ କାମ କରିଛୁ। ସେ ଆହୁରି କହିଛନ୍ତି, ଆଜି ନହେଲେ ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ନିର୍ଦ୍ଧାରଣ ଯାହା ହେଇଛି, ଆସିଯିବ। ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଛି।
ବିଧିବଦ୍ଧ ଭାବେ ଆସନ୍ତାକାଲି ସୁଦ୍ଧା ସରକାରଙ୍କର ଯାହା ନିଷ୍ପତ୍ତି, ତାହା ସ୍ପଷ୍ଟ ହୋଇଯିବ। ଏହାସହିତ ରତ୍ନ ଭଣ୍ଡାର ଉପରେ ମନ୍ତ୍ରୀ କହିଛନ୍ତି, ଆଜି କିମ୍ବା ଆସନ୍ତାକାଲି ମଧ୍ୟରେ ରତ୍ନ ଭଣ୍ଡାର ଏସଓପି ସ୍ପଷ୍ଟ କରାଯିବ । ଏହା ପରେ ସରକାର ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ଶୁଣାଇବେ ବୋଲି କହିଛନ୍ତି ମନ୍ତ୍ରୀ ।