ନସିଂହୋମରେ ଷ୍ଟାଫ୍ ମାନଙ୍କ ଡିୟୁଟି ରୁମରେ ଲାଗିଲା ନିଆଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦାରେ ଥିବା ଘରୋଇ ‘ସାଇ’ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ନସିଂହୋମରେ ଦ୍ଵିତୀୟ ମହଲାରେ ଥିବା ଏକ ରୁମରେ ଆଜି ଭୋରରୁ ନିଆଁ ଲାଗି ଯାଇଥିଲା। ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଘଟଣରେ କାହାର କିଛି କ୍ଷତି ହୋଇନାହିଁ।

ଆଜି ଭୋର୍ ସମୟରେ ଦ୍ବିତୀୟ ମହଲାର ଆଇସିୟୁ (ICU) ଡ୍ୟୁଟି ରୁମରେ ନିଆଁ ଲାଗିଥିବା ସୂଚନା ରହିଛି। ସୂଚନା ମୁତାବକ, ଆଜି ଭୋର ସମୟରେ ନସିଂହୋମରେ ଷ୍ଟାଫ୍ ମାନଙ୍କ ଡିୟୁଟି ରୁମରେ ନିଆଁ ଲାଗିଯାଇଥିଲା। ଜଣେ ଷ୍ଟାପ ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ହେଲେ ପ୍ରବଳ ଧୁଆଁ ଯୋଗୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ କଷ୍ଟକର ହୋଇଥିଲା। ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ନସିଂହୋମର ୪ ଜଣ ରୋଗୀଙ୍କୁ ବାହାରକୁ ଅଣାଯାଇଥିବା ଜଣାଯାଇଛି। ହେଲେ କାହାର କିଛି କ୍ଷତି ହୋଇନାହିଁ। ଅଗ୍ନିକାଣ୍ଡରେ ନସିଂହୋମରେ ଥିବା ଜିନିଷପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି।

Leave A Reply

Your email address will not be published.