ଶିଶୁ ଉଦ୍ୟାନ ଭିତରୁ ଯୁବକଙ୍କ ଉଲଗ୍ନ ଅବସ୍ଥାରେ ମୃତଦେହ ଠାବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିଶୁ ଉଦ୍ୟାନ ଭିତରୁ ଯୁବକଙ୍କ ଉଲଗ୍ନ ଅବସ୍ଥାରେ ମୃତଦେହ ଠାବ। ଶିଶୁ ଉଦ୍ୟାନ ଭିତରୁ ଯୁବକଙ୍କ ମୃତଦେହ ଠାବ। ମୃତ ଯୁବକ ହେଲେ ଉଦଳାର ରାଢୋ ଅଞ୍ଚଳର ହରି ବୋଲି ଅନୁମାନ କରାଯାଉଛି।

ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଶିଶୁ ଉଦ୍ୟାନରେ ଥିବା କ୍ୟାଣ୍ଟିନରେ କିଛିଦିନ ହେବ କାର୍ଯ୍ୟ କରୁଥିଲା। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଯୁବକ ଜଣକ ଉଦ୍ୟାନ ଭିତରେ ଉଲଗ୍ନ ଅବସ୍ଥାରେ ପଡିରହିଥିଲା  |

ତେବେ, ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଓ ପୋଲିସ କୁ ଖବର ଦେଇଥିଲା। ଯୁବକ ଜଣକ ଆତ୍ମହତ୍ୟା କରିଛି ନା କେହି ମାରି ଫିଙ୍ଗି ଦେଇଛି ତାହା ଏବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.