ପୁଣି ରାଜଧାନୀ ଭୁବନେଶ୍ୱରରୁ ଗଞ୍ଜେଇ ଜବତ: ଭରତପୁର ଅଞ୍ଚଳରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରୁ ପୁଣି ଗଞ୍ଜେଇ ଜବତ।  ଭରତପୁର ଅଞ୍ଚଳରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାର ସୂଚନା ମିଳିଛି। ଏଥିସହ ଏହି ଘଟଣାରେ ଜଡ଼ିତ ମାଆପୁଅଙ୍କୁ ଭରତପୁର ଥାନା ପୁଲିସ ଗିରଫ କରିଛି।

ମା ଓ ପୁଅ ଦୁହେଁ ଭରତପୁର ଘରେ ଗଞ୍ଜେଇ ରଖି ବାହାରକୁ ଚାଲାଣ କରୁଥିଲେ। ଏନେଇ ପୁଲିସ ପାଖରେ ଖବର ଥିଲା। ଏହାପରେ ଭରତପୁର ଥାନା ପୁଲିସ୍ ଚଢ଼ାଉ କରିଥିଲା। ତେବେ ସେମାନେ କେଉଁଠାରୁ ଗଞ୍ଜେଇ ଆଣୁଥିଲା ଓ ଏମାନଙ୍କ ସାଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ କରୁଛି ପୋଲିସ।

Leave A Reply

Your email address will not be published.