ଯାଜପୁର: ରଙ୍ଗ ଖେଳି ଖରସ୍ରୋତା ନଦୀରେ ଗାଧୋଇ ୪ ନିଖୋଜ, ୨ ମୃତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ହୋଲିରେ ବଡ଼ ଧରଣର ଅଘଟଣ। ଯାଜପୁର ବଡ଼ସୁଆର ପଞ୍ଚାୟତ ବନ୍ଧମୁଣ୍ଡା ଗ୍ରାମ ନିକଟସ୍ଥ ଖରସ୍ରୋତା ନଦୀରେ ଘଟିଛି ଅଘଟଣ। ହୋଲି ପାଇଁ ରଙ୍ଗ ଖେଳି ସାରି ୬ଜଣ ପିଲା ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡିଯାଇଥିବା ସୂଚନା ମିଳିଛି l ସେମାନଙ୍କ ମଧ୍ଯରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକ ଙ୍କୁ ଯାଜପୁର ବଡ ମେଡିକାଲକୁ ପଠାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକ ଜଣକ ପୁପୁନ ଜେନା ବୋଲି ଜଣାପଡିଛି ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ହୋଲି ପାଇଁ ବନ୍ଧମୁଣ୍ଡା ଗାଁକୁ ତାଙ୍କ ମାମୁଁ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ଅଘଟଣ ସମ୍ପର୍କରେ ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଏଥିସହ ସେମାନେ ଦମକଳ ବାହିନୀ ଓ ଓଡ୍ରାଫ୍ ଟିମକୁ ଖବର ଦେଇଥିଲେ  l

ଆଉ ଜଣେ ନିଖୋଜ ଯୁବକଙ୍କୁ ସଜ୍ଞାହୀନ ଅବସ୍ଥାରେ ନଦୀରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଦମକଳ ବାହିନୀ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  ଓଡ୍ରାଫ ଟିମ୍ ର ସହାୟତା ନିଆଯାଇଛି।  ସ୍ଥାନୀୟ ଖବର ପାଇ ବରୀ ବିଧାୟିକା ସୁନନ୍ଦା ଦାସ ପହଂଚି ପରିସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ଯାଜପୁର ବିଡିଓ ଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ତେବେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।

Leave A Reply

Your email address will not be published.