ପୁଲୱାମାରେ ଆତଙ୍କି ମଡ୍ୟୁଲର ପର୍ଦାଫାର୍ସ; ଆତଙ୍କବାଦୀଙ୍କ ୬ ସହଯୋଗୀ ଗିରଫ

0

ପୁଲୱାମାରେ ଆତଙ୍କିତ ମଡ୍ୟୁଲର ପର୍ଦାଫାର୍ସ କରିଛି ପୋଲିସ୍ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତାଇବା ସହିତ ଜଡିତ ୬ ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଲଜିଷ୍ଟିକ୍ସ, ଆଶ୍ରୟସ୍ଥଳ ଯୋଗାଇବା ସହ ଯୁବକମାନଙ୍କୁ ହାଇବ୍ରିଡ ଆତଙ୍କବାଦୀ ଭାବରେ ଗଠନ କରିବାରେ ସମ୍ପୃକ୍ତ ଅଛନ୍ତି। ଏହି ସହାୟକମାନଙ୍କ ମଧ୍ୟରେ ଲେଲହର କାକାପୋରା ନିବାସୀ  ଅମଜିଦ, ପାମ୍ପୋରର ଆଲୋଚିଗାଗର ବାସିନ୍ଦା ଆକିବ ମକବୁଲ ଭଟ, ସମେତ ବହୁ ଜଣ ଏଥିରେ ଅନ୍ତର୍ଭୁକ୍ତ ଥିବା ସୂଚନା ରହିଛି। ଅଭିଯୁକ୍ତମାନଙ୍କୁ ପୋଲିସ ପଚରାଉଚରା କରୁଛି।

ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗିରଫ ଆତଙ୍କବାଦୀ ସହଯୋଗୀମାନେ ଲଜିଷ୍ଟିକ୍ସ, ଆଶ୍ରୟସ୍ଥଳୀ, ଅର୍ଥ ପରିଚାଳନା ତଥା ଆତଙ୍କବାଦୀଙ୍କ ଗତିବିଧି ତଥା ହାଇବ୍ରିଡ ଆତଙ୍କବାଦୀ ଭାବରେ କାର୍ଯ୍ୟ କରିବା ପାଇଁ ସମ୍ପୃକ୍ତ ଥିଲେ। ଅନୁସନ୍ଧାନକାରୀ ଦଳ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ସେଡର୍ଗଣ୍ଡ କାକାପୋରାର ବାସିନ୍ଦା ଆତଙ୍କବାଦୀ କମାଣ୍ଡର ରିୟାଜ ଅହମ୍ମଦ ଦାର  ନିର୍ଦ୍ଦେଶରେ ଜିଲାରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି।

 

Leave A Reply

Your email address will not be published.