ଦିଲ୍ଲୀରୁ ଫେରିବା ପରେ ତାରାଙ୍କ ପ୍ରତିକ୍ରିୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ବହୁ କଳ୍ପନା ଜଳ୍ପନା ପରେ ଚଳିତ ବିଧାନସଭାର ପ୍ରଥମ ଅଧିବେଶନର ଦିନକ ପୂର୍ବରୁ ଓଡିଶା ପିସିସି ଭଙ୍ଗ କରିଥିଲା କଂଗ୍ରେସ । ଏହା ପରେ ରାମଚନ୍ଦ୍ର କାଡାମଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଥିଲା ।

ହେଲେ ଏବେ ପର୍ଯ୍ୟନ୍ତ ଓଡିଶା ପିସିସି ମୁଖିଆ କିଏ ହେବ ତାହା ଉପରୁ ପରଦା ହଟିନି । ପିସିସି ସଭାପତିଙ୍କ ରେସରେ ଅନେକ କଂଗ୍ରେସ ନେତା ଥିବା ବେଳେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଧାୟକ ଦଳର ନେତା ହେବା ତାଙ୍କର ଅଧିକାର ଥିଲା। ଅନ୍ୟପକ୍ଷେ ସେ ପିସିସି ସଭାପତି ପଦ ପାଇଁ କେବେ ଇଚ୍ଛୁକ ନ ଥିଲି ବୋଲି ମଧ୍ୟ କହିଛନ୍ତି। ଏପରିକି ହାଇକମାଣ୍ଡ ଯାହାକୁ ସଭାପତି କରିବେ ମୁଁ ସେଥିରେ ରାଜି ବୋଲି ତାରା ମତବ୍ୟକ୍ତ କରିଛନ୍ତି।

ତେବେ ଏନେଇ ତାରା କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ମୋର ଅଧିକାର ଥିଲା, ହେଲେ କଲେନି । ଆଉ ଏବେ ପିସିସି ସଭାପତି ହେବା ପାଇଁ ମୋର ଇଚ୍ଛା ନାହିଁ । ହାଇକମାଣ୍ଡ ଯାହାକୁ ସଭାପତି କରିବେ ସେଥିରେ ତାରା ଖୁସି ହେବେ ବୋଲି କହିଛନ୍ତି । ଏହା ସହିତ ସେ ଏହା ବି କହିଛନ୍ତି, ପିସିସି ସଭାପତି ଦୌଡ଼ରେ ମୁଁ ନାହିଁ, କାହାକୁ ଅନୁରୋଧ କରି ମୋର ସଭାପତି ହେବାର ନାହିଁ ବୋଲି କହିଛନ୍ତି ତାରା ।

Leave A Reply

Your email address will not be published.