ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଯୁବକ ଗୁରୁତର। ବାଲେଶ୍ବର ଜିଲ୍ଲା ରେମୁଣା ନିକଟ ବାଲିଆରେ ଏଭଳି ଗୁଳିକାଣ୍ଡ ଘଟିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉକ୍ତ ଯୁବକ ଜଣଙ୍କ ହେଲେ ମନୋରଞ୍ଜନ ବିନ୍ଧାଣି |
ସୂଚନା ଅନୁସାରେ, ଆଜି ସକାଳେ ମନୋରଞ୍ଜନ ଜିମ୍ରୁ ନିଜ ଘରକୁ ଫେରୁଥିଲେ। ବାଲିଆପାଳ ନିକଟରେ ୪ ଜଣ ଦୁର୍ବୃତ୍ତ ବୁଲେଟ୍ରେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କ ଉପରକୁ ଗୁଳି ଚଲାଇ ଥିଲେ। ମନୋରଞ୍ଜନ ଜୀବନ ବିକଳରେ ଦୌଡ଼ି ଯାଇ ସ୍ଥାନୀୟ ରେମୁଣା ବିଧାୟକଙ୍କ ଘରେ ପଶି ଯାଇଥିଲେ। ତାଙ୍କ ମୁହଁକୁ ଗୁଳି ଛୁଇଁ ଚାଲିଯାଇଥିଲା। ମନୋରଞ୍ଜନଙ୍କ ମୁହଁରେ ସାମାନ୍ୟ ଆଘାତ ଲାଗିଥିଲା। ତାଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସାପରେ ମନୋରଞ୍ଜନ ସୁସ୍ଥ ଥିବା ଜଣାପଡ଼ିଛି।
ତେବେ ଯୁବକଙ୍କୁ ଦୁର୍ବୃତ୍ତମାନେ କାହିଁକି ଗୁଳିମା କଲେ, ତାହା ଏଯାଏ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ କୁହାଯାଉଛି ଯେ ବାଲେଶ୍ବରର କୁଖ୍ୟାତ ଅପରାଧୀ ପାପା ପଣ୍ଡାଙ୍କ ସହଯୋଗୀ ଭାବେ ଲିପୁ କାମ କରୁଥିଲେ। ଏଣୁ କୌଣସି ପୂର୍ବ ଶତ୍ରୁତାରୁ ବିପକ୍ଷା ଗୋଷ୍ଠୀ ଏଭଳି ଗୁଳିମାଡ଼ କରିଛନ୍ତି।
Comments are closed.