ନାବାଳିକା ଅସଦାଚରଣ ମାମଲାରେ ୮ ବର୍ଷ ପରେ ଆସିଲା ରାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏକ ୧୩ ବର୍ଷୀୟା ନାବାଳିକାକୁ ଅସଦାଚରଣ ମାମଲାର ଆସିଲା ରାୟ । ଦାରିଙ୍ଗବାଡ଼ି ଥାନା ଦଳବାଡି ଅଞ୍ଚଳର ମୁକେଶ କୁମାର ନାୟକ (୩୮)କୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଫୁଲବାଣୀ ଫାଷ୍ଟଟ୍ରାକ୍‌ ପୋକ୍ସୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ।

ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଦାରିଙ୍ଗବାଡ଼ି ଥାନା ଦଳବାଡି ଅଞ୍ଚଳର ମୁକେଶ କୁମାର ନାୟକ(୩୮)କୁ ଦୋଷୀ ସାବ୍ୟସ୍ତ କରି ୩ଵର୍ଷ  ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୯ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ଶୁଣାଣି ବେଳେ ୧୭ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟର ସ୍ବତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ, ମେ ୧ ତାରିଖ ୨୦୧୬ ମସିହାରେ ଅଭିଯୁକ୍ତ ମୁକେଶ କୁମାର ନାୟକ ପୀଡ଼ିତା ଘରକୁ କୁକୁଡ଼ା କିଣିବାକୁ ବୋଲେରୋ ଗାଡ଼ି ନେଇ ଯାଇଥିଲା । ଏହି ସମୟରେ ସେ ପୀଡ଼ିତାଙ୍କୁ ଅସଦାଚରଣ କରିଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.