ଆତ୍ମହତ୍ଯା ପୂର୍ବରୁ ଶେଷ ସେଲ୍ଫି ନେବା ପରେ ଗଙ୍ଗାକୁ ଡେଇଁପଡିଲେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଜରେ ବୁଡ଼ି ସାରିଲୁଣି। ସୁଧ ଦେଇ ଦେଇ ନୟାନ୍ତ ହେଲୁଣି। ଆମ ପାଖରେ ଆଉ ଦେବାକୁ କିଛି ନାହିଁ। ତେଣୁ ଆମେ ନିଜ ଜୀବନ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛୁ। ’ ଏପରି କିଛି ମେସେଜ ସହ ନିଜର ଶେଷ ସେଲଫି ଜଣେ ସାଙ୍ଗଙ୍କ ନିକଟକୁ ପଠାଇ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ ଦମ୍ପତି। ଏଥି ନିମନ୍ତେ ସେମାନେ ବାଇକ୍‌ରେ ଶହେ କିମି ଆସିଥିବା ଜଣାଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ହରିଦ୍ୱାରରେ ଘଟିଛି |

ସୂଚନା ଅନୁଯାୟୀ, ଆତ୍ମହତ୍ଯା ପୂର୍ବର ଶେଷ ସେଲ୍ଫି ନେଇଥିଲେ ଉଭୟ। ଏହାକୁ ନିଜ ଅଳଙ୍କାର ଦୋକାନରେ ଥିବା ଜଣେ କର୍ମଚାରୀଙ୍କ ନିକଟକୁ ପଠାଇଥିଲେ ଏବଂ ସେଲ୍ଫିକୁ ତାଙ୍କ ସମ୍ପର୍କୀୟଙ୍କ ସହ ସେୟାର କରିବାକୁ କହିଥିଲେ। ଉଭୟେ ବାଇକ୍ ଯୋଗେ ପ୍ରାୟ ୧୦୦ କିଲୋମିଟର ଦୂରତା ଅତିକ୍ରମ କରି ହରିଦ୍ୱାରରେ ପହଞ୍ଚିଥିଲେ। ଆଉ ଯେଉଁଠାରେ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ତେବେ ଆତ୍ମହତ୍ୟା ପୂର୍ବରୁ ଏହି ଦମ୍ପତି ଏକ ଚିଠି ଛାଡ଼ିଯାଇଛନ୍ତି, ଯେଉଁଥିରେ ଋଣ ବୋଝ ବଢିଯିବା ଏବଂ କରଜ ସୁଝି ନପାରିବା ଯୋଗୁ ସେମାନେ ଆତ୍ମହତ୍ୟା କରିଛନ୍ତି। ଦମ୍ପତିଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି। ସୌରଭ ଜଣେ ସୁନା ବେପାରୀ ହୋଇଥିବା ବେଳେ ୧୮ ବର୍ଷ ତଳେ ମୌନାଙ୍କୁ ବିବାହ କରିଥିଲେ। ଉଭୟଙ୍କ ସଂସାର ବେଶ୍‌ ହସଖୁସିରେ ଚାଲିଥିବା ବେଳେ ସେମାନଙ୍କ ଏକ ୧୨ ବର୍ଷୀୟା ଝିଅ ଓ ୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଅଛନ୍ତି।

ମାତ୍ର ଗତ କିଛି ବର୍ଷ ହେବ ସୌରଭଙ୍କ ବେପାରରେ କ୍ଷତି ହେଉଥିବାରୁ ସେ କୋଟି କୋଟି ଟଙ୍କା ଧାରକରଜରେ ବୁଡ଼ି ଯାଇଥିଲେ। ଏପରିକି କରଜ ଟଙ୍କାର ସୁଧ ବି ପରିଶୋଧ କରି ପାରୁ ନ ଥିଲେ। ଏହାକୁ ନେଇ ଋଣଦାତାମାନେ ତାଙ୍କୁ ବାରମ୍ବାର ଅପମାନିତ କରୁଥିଲେ। ଏନେଇ ସେ ନିଜ ପତ୍ନୀଙ୍କୁ ଜଣାଇବା ପରେ ଉଭୟ ଚରମ ନିଷ୍ପତ୍ତି ନେଇଥିଲେ। ଏହାପରେ ଘରୁ ବାହାରି ହରିଦ୍ୱାରସ୍ଥିତ ଗଙ୍ଗା ନଦୀ କୂଳକୁ ଆସିଥିଲେ। ସେଠାରେ ଏକ ବ୍ରିଜ ଉପରେ ସେମାନେ ନିଜ ଜୀବନର ଶେଷ ସେଲଫି ଉଠାଇଥିଲେ। ଏଥିସହ ଆତ୍ମହତ୍ୟା କରୁଥିବା ନେଇ ନିଜ ସାଙ୍ଗକୁ ହ୍ୱାଟ୍ସ ଆପ୍‌ରେ ମେସେଜ କରିଥିଲେ। ଏହାପରେ ଉଭୟ ଗଙ୍ଗା ନଦୀକୁ ଡେଇଁ ପଡ଼ିଥିଲେ।

Leave A Reply

Your email address will not be published.