ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ଯୁ ନେଇ ଉତ୍ତେଜନା 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଶ୍ରମ ସ୍କୁଲରେ ପଢୁଥିବା ଜଣେ ଛାତ୍ରୀ ଙ୍କ ସଂଦେହ ଜନକ ମୃତ୍ଯୁ କୁ ନେଇ ଗ୍ରାମବାସୀ ଙ୍କ ମଧ୍ଯରେ ଉତ୍ତେଜନା | ଉତ୍ଯାକ୍ତ ଗ୍ରାମବାସୀ ଙ୍କ ଦ୍ବାରା ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ | ପ୍ରଧାନ ଶିକ୍ଷକ ଙ୍କୁ ଗିରଫ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ ପରିବାର ଲୋକଙ୍କୁ କ୍ଷତି ପୁରଣ ଦାବୀ କଲେ ଗ୍ରାମବାସୀ | ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୁଆମାଳିଆ ଆଶ୍ରମ ସ୍କୁରେ ୮ମ ଶ୍ରେଣୀ ରେ ପଢୁଥିବା ଛାତ୍ରୀ ମାଇନ ହୋ ଙ୍କ ମୃତ୍ଯୁ କୁ ନେଇ ସଂନ୍ଦେହ ସୃଷ୍ଟି ହୋଇଛି |

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାରବିଲ ଗାଁ ର ନନ୍ଦିଆ ହୋ ଙ୍କ ଝିଅ ମାଇନ ନିଜ ମାମୁଘର ଗାଁ ନୁଆମାଳିଆ ଆଶ୍ରମ ସ୍କୁଲ ରେ ପଢୁୟଥିଲା | ମାମୁ ନବଘନ ମୁଣ୍ଡା ଥିଲେ ତାର ଲୋକାଲ ଗାଡିଆନ୍ | ଗତ ୧୦ ତାରିଖରେ ମାଇନ୍ ଅସୁସ୍ତ ହେବାର ସ୍କୁଲ କର୍ତୃପକ୍ଷ ତାଙ୍କୁ ପ୍ରଥମେ ନିକଟସ୍ଥ ଦାନଗଦି ମେଡିକାଲ ଓ ପରେ କଟକ ନେଇ ସ୍ବାସ୍ଥ ପରିକ୍ଷା କରାଇଥିଲେ | ସେହିଦିନ ସେଠାରୁ ପୁଣିଥରେ ସ୍କୁଲ କୁ ନେଇ ଆସିଥିଲେ ସ୍କୁଲ କତ୍ତୁପକ୍ଷ | ତେବେ ପରଦିନ ପରିବାର ଲୋକଙ୍କୁ ଖବର ଦେବାରୁ ପରିବାର ଲୋକେ ଆସି ଝିଅ କୁ ଦେଖା କରିବା ସହ ସାଙ୍ଗରେ ନେଇ ଯାଇଥିଲେ | ପରଦିନ ମାଇନ ପୁଣିଥରେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପରାବାର ଲୋକେ ଠାକୁକମୁଣ୍ଡା ଡାକ୍ତରଖାନା ନେଇଥିଲେ | ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମାଇନ ର ମୃତ୍ଯୁ ପାଇଁ ଗ୍ରାମବାସୀ ଓ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ଦାୟି କରିଛନ୍ତି |

ମାଇନ କିଛିଦିନ ତଳେ ସ୍କୁଲ ରେ ଦିଆଯାଉଥିବା ନିମ୍ନମାନ ଖାଦ୍ଯ ସମ୍ପର୍କରେ ଏକ ଭିଡିଓ କରି ଭାଇରାଲ କରିଥିଲେ | ଅନ୍ଯ ପଟେ ୧୦ ତାରିଖରେ ମାଇନର ଦେହ ଖରାପ ସମ୍ପର୍କରେ କାହାକୁ ନଜଣାଇ ସ୍କୁଲ କର୍ତ୍ତୃପକ୍ଷ ତାକୁ ଦାନଗଦି ଓ କଟକ ମେଡିକାଲ ନେଇଯିବା ଘଟଣା ସଂନ୍ଦେହ ସୃଷ୍ଟି କରିଛି | କେବେ ଏସମ୍ପର୍କରେ ପ୍ରଧାନଶିକ୍ଷକ ସବୁକାମ ନିୟମରେ ହୋଇଥିବା କହିଛନ୍ତି | ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୋଲିସ୍ ପହଁଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଖବରପାଇ ଦାୟିତ୍ବରେ ଥିବା WEO ସ୍କୁଲ ଠାରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |

Leave A Reply

Your email address will not be published.