କୋରାପୁଟ ଜିଲ୍ଲାରେ ଉଠିଲା ସ୍ୱର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଂପ୍ରତିକ ପରିସ୍ଥିତିରେ ପଢୋଶୀ ଦେଶ ବାଂଲାଦେଶରେ ରାଜନୈତିକ ପଟ ପରିବର୍ତ୍ତନ ପରେ ମୌଳବାଦୀମାନେ ସେଠାକାର ସଂଖ୍ୟାଲଘୁ ଓ ହିନ୍ଦୁ ମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରି ଧନଜୀବନ ହାନୀ ଘଟାଉଛନ୍ତି । ମାଁ ଭଉଣୀଙ୍କର ଇଜ୍ଜତ ଲୁଣ୍ଠନ କରୁଛନ୍ତି । ସେଠାରେ ମାନବିକ ଅଧିକାରର ସଂପୂର୍ଣ ଉଲଂଘନ ହେଉଅଛି ।

ଏଭଳି ଘଟଣା କୁ ନେଇ କୋରାପୁଟ ଜିଲ୍ଲାରେ ଉଠିଲା ସ୍ୱର। କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ସଦର ରେ ,ଏଭଳି ଘଟଣାକୁ ଦୃଢ ନିନ୍ଦା କରିବାସହିତ ପ୍ରତିବାଦ ମଧ୍ୟ କରୁଛନ୍ତି। ଏହି ଘଟଣାର ଗୁରୁତ୍ବ ଉପଲବ୍ଧି କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେଏହି ଘଟଣାକୁ ଉତଥାପନ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରଧ କରି ସ୍ମାରକ ପତ୍ର ଦାଖଲ କଲେ ଗଷ୍ଟି ଉନ୍ନୟନ ଅଧିକାରିକଙ୍କୁ । ଓଡିଶାର – ବିଭିନ୍ନ ସ୍ଥାନ କୋରାପୁଟ, ସେମିଳିଗୁଡା ଅଂଚଳରେ ବିଭିନ୍ନ ସମୟରେ ବାଂଲାଦେଶୀ ଓ ରୋହିଙ୍ଗିୟା ଅନୁପ୍ରବେଶକାରୀ ପ୍ରବେଶ କରି, ବିଭିନ୍ନ ସରକାରୀସ୍ଥାନ କବଜାକରି ରହି ଅପରାକ କାର୍ଯ୍ୟକଳାପ, ଅସମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ।

ସେମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି । ପାଇବାରେ ଲାଗିଛି । ଭବିଷ୍ୟତରେ ଏହା ଆମ ନିରାପତା ପ୍ରତି ଓ ଦେଶର ସା ସାର୍ବଭୌମତ୍ବ ପ୍ରତି ବିପଦ ଆସିପାରେ । ତେଣୁ ସରକାରଙ୍କ ତରଫରୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରି ଏମାନଙ୍କୁ ଓଡିଶାରୁ ଶୀଘ୍ର ବିଦା କରାଯାଉ ବୋଲି ଉଲେଖ କରିଛନ୍ତି ସ୍ଥାନୀୟ ଜନସାଧାରଣ। ସ୍ଥାନୀୟ ପୋଲିସଙ୍କୁ ମଧ୍ୟ ଏ ବିଷୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.