ବାବା ନୀଳକଣ୍ଠେଶ୍ଵରଙ୍କ ପୀଠରେ ନିଆରା ଜଳାଭିଷେକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାବା ନୀଳକଣ୍ଠେଶ୍ଵରଙ୍କ ପୀଠ ରେ ନିଆରା ଜଳାଭିଷେକ। ଶ୍ରାବଣ ମାସ ରେ ବାବା ଶଙ୍କରଙ୍କୁ ଜଳାଭିଷେକ କଲେ କୋଟି ପୂର୍ଣ୍ଣ ହୋଇଥାଏ। ପରିବେଶ ର ସୁରକ୍ଷା ପାଇଁ ବୃକ୍ଷ ରୋପଣ କଲେ ସମାଜ ର ମଙ୍ଗଳ ହୋଇଥାଏ। ଧାର୍ମିକ ପୀଠ କୁ ପାରମ୍ପରିକ ପୋଷାକ ପରିଧାନ କରି ଗଲେ ସମାଜ ରେ ସଂସ୍କାର ଆସିଥାଏ। ଜଳାଭିଷେକ କରିବାକୁ ଗଲାବେଳେ ନେଉଥିବା ବହୁଙ୍ଗି ରେ ପ୍ଲାଷ୍ଟିକ ନ ବ୍ୟବହାର କଲେ ପରିବେଶ ର ସୁରକ୍ଷା ହୋଇଥାଏ।

ଜଳାଭିଷେକକୁ ଗଲାବେଳେ ବାବା ଙ୍କ ନାମ ନିରନ୍ତାର ଜପ କରିବା ଦ୍ଵାରା ଧାର୍ମିକ ପରମ୍ପରା ସୃଷ୍ଟି ହୋଇଯାଏ। ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ନିୟମ ପାଳନ କରାଯାଇ ବାବା ନୀଳକଣ୍ଠେଶ୍ଵର ଙ୍କୁ ଜଳାଭିଷେକ କରାଯାଇଛି। ତାହା ସହ ସମସ୍ତେ ଏକ ଏକ ବେଲ ବୃକ୍ଷ୍ ନେଇ ବାବା ଙ୍କ ପୀଠ ରେ ରୋପଣ କରିଛନ୍ତି ଯାହା ଶୈବ ଭକ୍ତ ଓ ପରିବେଶ ପାଇଁ ଉଦାହରଣ ଅଟେ। କେନ୍ଦ୍ରାପଡ଼ା ଜିଲା ର ମହାକାଳପଡା ବ୍ଲକ ଅନ୍ତର୍ଗତ ଅନ୍ଧୂଳି ପଂଚାୟତ ର ଦେଉଳି ଗ୍ରାମ ରେ ବାବା ନୀଳକଣ୍ଠେଶ୍ଵର ଙ୍କ ପୀଠ ଅବସ୍ଥିତ ଅଟେ। ବିଭିନ୍ନ ସମୟ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରହିଥାଏ |

ଆଜି ଜଳାଭିଷେକ ରେ ପରିବେଶ ପାଇଁ ନୂତନ ବାର୍ତା ବୋଲି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ମତ ଦେଇଛନ୍ତି। ଆଜି ର ସଚେତନଧାର୍ମି କାର୍ଯ୍ୟକ୍ରମ ରେ ସାମିଲ ଥିବା ଭାଈ ମାନେ ହେଲେ ସଞ୍ଜୀବ କୁମାର ତରାଇ, ଆର୍ତ୍ତବନ୍ଧୁ ନାୟକ, ତପନ କୁମାର ନାଥ, ମନୋଜ କୁମାର ରାଉତ, ଵିନୋଦ ପଣ୍ଡା, ରାଜେନ୍ଦ୍ର ବେହେରା, ସୂର୍ଯ୍ୟକାନ୍ତ ପରିଡ଼ା, ଜୟଦେବ ରାଉତ, ଭାବଗ୍ରାହୀ ସାହୁ, ଦିଲ୍ଲିପ କୁମାର ସାହୁ, ମୃତ୍ୟୁଞ୍ଜୟ ମିସ୍ତ୍ରୀ, କାଳନ୍ଦୀ ମଲ୍ଲିକ, ସୁରେନ୍ଦ୍ର ପରିଡା, ନିମାଇଁ ଚରଣ ଦାସ , ସଞ୍ଜୟ କୁମାର ପୃଷ୍ଟି ଓ ଗଜେନ୍ଦ୍ର ପରିଡା।

Leave A Reply

Your email address will not be published.