ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମନ୍ତ୍ରୀଙ୍କ ଉପସ୍ଥିତିରେ ବାରିପଦାରେ ବିଶ୍ବ ହସ୍ତୀ ଦିବସ ପାଳିତ | ଆଜି ବିଶ୍ବ ହସ୍ତୀ ଦିବସ। ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ଶିକାର ଓ ହାତୀ-ମଣିଷ ଲଢ଼େଇ ପରି ଅନେକ ସମସ୍ୟାର ସାମନା କରୁଛନ୍ତି ହାତୀମାନେ। ସେ ବାବଦରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସୁରକ୍ଷା ତଥା ସଂରକ୍ଷଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ। ୨୦୧୨ ଅଗଷ୍ଟ ୧୨ ତାରିଖରେ କାନାଡାର ପାଟ୍ରିସିଆ ସିମ୍ସ ଓ ଥାଇଲାଣ୍ଡର ଏଲିଫାଣ୍ଟ୍ ରିଇଣ୍ଟ୍ରଡକ୍ସନ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ପ୍ରଥମ ଥର ପାଇଁ ହସ୍ତୀ ଦିବସ ପାଳନର ପରିକଳ୍ପନା କରାଯାଇଥିଲା।
ଏବେ ଏଥିରେ ବିଶ୍ବର ୧୦୦ରୁ ହାତୀ ସଂରକ୍ଷଣ ସଂଗଠନ ସାମିଲ ହୋଇସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ପ୍ରୟାସ ହଲ ଠାରେ “ବିଶ୍ବ ହସ୍ତି ଦିବସ” କାର୍ଯ୍ୟକ୍ରମ ର ମୂଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ପର୍ଯ୍ୟାବରଣ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବନଅଧିକାରୀ ତଥା ଓଡିଶା ଲୋକାୟୁକ୍ତ ମେମ୍ବର ଡକ୍ଟର ଦେବବ୍ରତ ସ୍ବାଇଁ ଯୋଗଦେଇଥିଲେ । ଜଙ୍ଗଲ ଛାଡି ଏବେ ହାତୀ ଜନବସତି ମୁହାଁ । ଏହାଦ୍ବାରା ହାତୀ ମଣିଷ ଲଢେଇ ଚିତ୍ର ସାମ୍ନାକୁ ଆସୁଥିବା ବେଳେ କେତେବେଳେ ହାତୀ ମୃତ୍ୟୁ ତ କେତେବେଳେ ମଣିଷ ମୃତ୍ୟୁ ଖବ ଶୁଣିବାକୁ ମିଳିଛି ।
ଏଥିପାଇଁ ବ୍ୟାପକ ସଚେତନତା ଆବଶ୍ୟକ । ପରିବେଶ ସନ୍ତୁଳନ ପାଇଁ ହାତୀକୁ ବଞ୍ଚାଇ ରଖିବା ବର୍ତ୍ତମାନ ପାଇଁ ବଡ ଆହ୍ବାନ ମଧ୍ୟ । ଏଥିପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ କହିଛନ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଜଙ୍ଗଲ ରେ ହାତୀଙ୍କ ର ବାସସ୍ଥାନ ଓ ଖାଦ୍ୟ ନଷ୍ଟ ହେବା କାରଣରୁ ଜନବସତି ମୁହାଁ ହେଉଛନ୍ତି ହାତୀ ,ଏଥିପାଇଁ ଜଙ୍ଗଲରେ ବ୍ୟାପକ ବାଉଁଶ ଗଛ ରୋପଣ ଉପରେ ଧ୍ୟାନ ଦେବାକୁ କହିଛନ୍ତି ଡକ୍ଟର ସ୍ବାଇଁ ।