ପୁଲିସ ଦ୍ଵାରା ବ୍ରାଉନ ସୁଗର ଜବତ; ୨ଜଣ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଟାଉନ ଥାନା ପୁଲିସକୁ ଅବୈଧ ନିଶା କାରବାରକୁ ରୋକିବାରେ ବଡ଼ ସଫଳତା ମିଳିଛି। ପୁଲିସ ଦ୍ଵାରା ବାରିପଦା ସହର ପେଟ୍ରୋଲିଂ ବେଳେ ୩୦ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ୨ଜଣକୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଇଛିଣ୍ଡା ଗ୍ରାମର ସତନାମ ସିଂ(୩୭) ଓ ସଂଗ୍ରାମ ମହାନ୍ତ(୨୩)।

ଏଥି ସହିତ ଗୋଟିଏ ବାଇକ, ଦୁଇଟି ମୋବାଇଲ ଫୋନ ଓ ୭୧୦ଟଙ୍କା ଜବତ କରାଯାଇଛି। ଏନେଇ ବାରିପଦା ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ପେଟ୍ରୋଲିଂ ଜାରି ଥିବା ବେଳେ ବ୍ରାଉନ ସୁଗାର କାରବାର ନେଇ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।

ଏହାକୁ ନେଇ ପାଲବଣିରୁ ଦୁଇ ଜଣକୁ ଧରିବା କାବୁ କରିବା ସହ ୩୦ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି କୁହାଯାଇଛି। ସେମାନେ ବାଲେଶ୍ଵରର ଅଦର ବଜାରରୁ ବ୍ରାଉନ ସୁଗାର ଆଣି ରାଇରଙ୍ଗପୁର ସହରରେ କାରବାର କରିବାକୁ ଯୋଜନା କରିଥିବାର ନେଇ ପଚରା ଉଚରା ବେଳେ ଜଣାପଡିଛି।

Leave A Reply

Your email address will not be published.